ବଜାରକୁ ଆସିବ ନୂଆ ୨୦ ଟଙ୍କିଆ ନୋଟ୍

ଭାରତୀୟ ରିଜର୍ଭ ବ୍ୟାଙ୍କର ବଡ ଘୋଷଣା । ଆଗାମୀ ଦିନରେ ୨୦ଟଙ୍କାର ନୂଆ ନୋଟ୍ ଜାରି କରିବ ଭାରତୀୟ ରିଜର୍ଭ ବ୍ୟାଙ୍କ । ପ୍ରଚଳିତ ହେବାକୁ ଥିବା ନୂଆ ୨୦ ଟଙ୍କିଆ ନୋଟରେ କେନ୍ଦ୍ର ସରକାରଙ୍କ ନୂଆ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରାଙ୍କ ଦସ୍ତଖତ ରହିବ ।ଏହା ସହ ଆରବିଆଇ ପକ୍ଷରୁ କୁହାଯାଇଛି ନୂଆ ୨୦ ଟଙ୍କିଆ ନୋଟ ଜାରି ହେଲେବି ପୁରୁଣା ନୋଟ ଚାଲୁ ରହିବ। ଏହାର ଅର୍ଥ ଯେଉଁ ବର୍ତ୍ତମାନ ଯେଉଁ ନୋଟ ଚାଲୁଛି ତାହା ଚାଲୁ ରହିବ। ପୁରୁଣା ନୋଟର ଚଳନ ଉପରେ କୌଣସି ପ୍ରକାର ପ୍ରତିବନ୍ଧକ ରହିବନି।ଏହା ବ୍ୟତୀତ ନୂଆ ୨୦ ଟଙ୍କିଆ ନୋଟରେ ବେଦନଗରୀ ଲିପିରେ ଲେଖାଯିବ । ମହାତ୍ମା ଗାନ୍ଧୀଙ୍କ ଫଟୋ ପାଖରେ ହିନ୍ଦୀରେ ଭାରତ ବୋଲି ଛୋଟ ଛୋଟ ଅକ୍ଷରରେ ଲେଖା ଯାଇଥିବ । ମହାତ୍ମା ଗାନ୍ଧୀଙ୍କ ୱାଟର ମାର୍କ ପାଖରେ ଗଭର୍ଣ୍ଣରଙ୍କ ସିଗନେଚର ମଧ୍ୟ ରହିବ । ଏହା ସହିତ ଏଥିରେ ଏକ ଗୁମ୍ଫାର ଫଟୋ ରହିବ । ଏହି ଉପାୟ ମାଧ୍ୟମରେ ନୂଆ ନୋଟ୍ ଅସଲି ବୋଲି ଜଣାପଡିବ ।

ଅଧିକ ପଢନ୍ତୁ

Odisha Darpan Digital