ଓମଫେଡ୍ ଡବା ଦେଖି ଘରକୁ ଘିଅ ନେଉଛନ୍ତି ଲୋକେ । କିନ୍ତୁ ସେମାନେ ଯେ ଠକାମିର ଶିକାର ହେଉଛନ୍ତି ତାହା ଜାଣିପାରୁନାହାଁନ୍ତି ।ରାଉରକେଲା ପୋଲିସ୍ 13 ଲିଟର ନକଲି ଘିଅ ଜବତ କରିଛି। ଓମ୍ଫେଡ୍ କମ୍ପାନୀ ରାଉରକେଲା ଏସ୍ପିଙ୍କୁ ନକଲି ଘିଅ ବିଷୟରେ ଜଣାଇବାରୁ ଏସ୍ପିଙ୍କ ନିର୍ଦେଶ କ୍ରମେ ଏକ ଟିମ୍ ଗଠନ କରାଯାଇଥିଲା । ସୂଚନା ଅନୁସାରେ, ରାଉରକେଲା ସହରରେ ନକଲି ଓମଫେଡ୍ ଘିଅର କାରବାର ଚାଲିଥିବା ନେଇ ବିଶେଷ ସୁତ୍ରରୁ ଖବର ପାଇଥିଲା ପୋଲିସ । ଏନେ ପୋଲିସ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି । ରାଉରକେଲା ପୋଲିସ ଏବଂ ଓମଫେଡ୍ ର ଅଧିକାରୀଙ୍ଲ ମିଳିତ ଟିମ୍ ସହରର ପ୍ଲାଣ୍ଟ୍ସାଇଟ ହୋଲସେଲ୍ ବଜାର ସେକ୍ଟର -୭ ଓ ୮ ନମ୍ବର ମାର୍କେଟ ସମେତ ଅନ୍ୟ କିଛି ସ୍ଥାନରେ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ବର୍ତ୍ତମାନ ସୁଦ୍ଧା ୧୭ ଲିଟର ନକଲି ଓମଫେଡ୍ ଘିଅ ଜବତ ହୋଇଛି । ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି ।
