ବଜେଟ୍ କୁ ନେଇ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କ ପ୍ରତିକ୍ରିୟା

ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ରାଜ୍ୟ ବଜେଟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଚଳିତ ବର୍ଷ ମୋଟ ବଜେଟର ଆକାର ୩ ଲକ୍ଷ ୧୦ ହଜାର କୋଟି ଟଙ୍କା । ବଜେଟକୁ ଶାସକ ଦଳ ପକ୍ଷରୁ ବିକାଶପୂର୍ଣ୍ଣ ବଜେଟ ଭାବେ ସ୍ୱାଗତ ଓ ସମର୍ଥନ କରାଯାଇଥିବା ବେଳେ ବିରୋଧୀ ପକ୍ଷରୁ ସମାଲୋଚନା କରାଯାଇଛି ।

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବଜେଟ୍ ରେ ପ୍ରତିକ୍ରିୟା ପ୍ରକାଶ କରି ” କଣ କହିବି ବଜେଟ ବିଷୟରେ। ପୁରା ବ୍ୟଞ୍ଜନ, ଖାଲି ରୋଷେଇ ଘର” ବୋଲି କହିଛନ୍ତି ।ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି -” ଅନ୍ତଃ ସାର ଶୂନ୍ୟ ବଜେଟ୍ । କେନ୍ଦ୍ରୀୟ ଅନୁଦାନ କମୁଛି । ନା କୁ ମାତ୍ର କିଛି ନୂଆ ଯୋଜନା କରାଯାଇଛି । ଏଥିରେ ବିଶେଷ ଅର୍ଥ ବ୍ୟବସ୍ଥା ନାହିଁ । ଯେଉଁଭଳି ଆର୍ଥିକ ପରିଚାଳନା କରାଯାଉଛି ଓଡିଶା ପଛକୁ ପଛ ଯାଉଛି ” ବୋଲି କହିଛନ୍ତି ।

ଅଧିକ ପଢନ୍ତୁ