ବଜେଟ୍ ପୂର୍ବରୁ ଗୃହକୁ ଆସିଲେନି ବିଜେଡି-କଂଗ୍ରେସ ସଦସ୍ୟ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି । ଏହା ପୂର୍ବରୁ ଗୁରୁବାର ରାଜ୍ୟ ସରକାର ବିଧାନସଭାରେ ଅର୍ଥନୀତିକ ସର୍ଭ ଉପସ୍ଥାପନ କରିଥିଲେ । ଅର୍ଥନୈତିକ ସର୍ଭରେ ବିକାଶର ଗୋଲାପୀ ଚିତ୍ର ରଖିଥିଲେ ସରକାର । ବଜେଟର ଅର୍ଥନୀତିକ ସର୍ଭରେ କରାଯାଇଥିବା ଆଗୁଆ ଆକଳନକୁ ବାସ୍ତବ ରୂପ ଦେବା ପାଇଁ ପ୍ରୟାସ କରାଯାଇଛି !ଗତବର୍ଷ ରାଜ୍ୟ ସରକାର ୨ ଲକ୍ଷ ୯୦ ହଜାର କୋଟିର ପୂର୍ଣ୍ଣାଙ୍ଗ ବଜେଟ ଆଣିଥିଲେ । ସେହିପରି ୧୭ ହଜାର ୪୪୦ କୋଟିର ଅତିରିକ୍ତ ବଜେଟ ଅଣାଯାଇଥିଲା । ତେବେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଆକାର ୩ ଲକ୍ଷ ୧୦ ହଜାର କୋଟି ଛୁଇଁଛି ।ତେବେ ବଜେଟ୍ ଉପସ୍ଥାପନ ପୂର୍ବରୁ ଗୃହରେ ଅନୁପସ୍ଥିତ ରହିଲେ ବିଜେଡି ଏବଂ କଂଗ୍ରେସ ବିଧାୟକ । ବିଜେଡି-କଂଗ୍ରେସ ବିଧାୟକଙ୍କୁ ଗୃହକୁ ଯିବାକୁ ଅନୁରୋଧ କରିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ।

ଅଧିକ ପଢନ୍ତୁ