ବଜ୍ରପାତ ମୃତ୍ୟୁକୁ ରୋକିବା ପାଇଁ ଅଧିକ ତାଳଗଛ ଲଗାଯିବ।

ଓଡ଼ିଶାରେ ବାତ୍ୟା ଅପେକ୍ଷା ବିଜୁଳି ଘଡ଼ଘଡ଼ିରେ ଅଧିକ ଲୋକଙ୍କ ଜୀବନ ଯାଉଛି।କାରଣ ଠିକରେ କାମ କରୁନି ଆଲର୍ଟ ମେସେଜ। ନଷ୍ଟ ହୋଇଯାଇଛି ଲାଇଟେନିଂ ସାଇରନ୍ ମେସିନ। ଗତ୫ ବର୍ଷ ମଧ୍ୟରେ ପାଖାପାଖି ୧୭୦୦ ଲୋକଙ୍କର ବିଜୁଳି ଘଡ଼ଘଡ଼ିରେ ମୃତ୍ୟୁ ହୋଇଛି। ତେବେ ବଜ୍ରପାତ ମୃତ୍ୟୁକୁ ରୋକିବା ପାଇଁ ଅଧିକ ତାଳଗଛ ଲଗାଯିବ। ଏଥିପାଇଁ ତତ୍ପରତା ଦେଖାଇଛନ୍ତି ସରକାର। ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଅଧିକ ତାଳଗଛ ଲଗାଇବା ପାଇଁ ପଦକ୍ଷେପ ନିଆଯାଇଛି। ପୂର୍ବ ବର୍ଷ ଟାର୍ଗେଟକୁ ପୂରଣ କରାଯାଇଛି। ପୂର୍ବରୁ ୨୦ ଲକ୍ଷ ତାଳ ଗଛ ଲଗାଯାଇଥିଲା। ଏବର୍ଷ ୫ରୁ ୬ କୋଟି ଟଙ୍କାର ତାଳ ଗଛ ଲଗାଇବା ପାଇଁ ବିଭାଗ ନିଷ୍ପତ୍ତି ନେଇଛି।

ଅଧିକ ପଢନ୍ତୁ

Odisha Darpan Digital