ବଜ୍ରପାତ ହେବା ପୂର୍ବରୁ ଆସିବ ଆଗୁଆ ସତର୍କ ସୂଚନା, ଜାଣନ୍ତୁ କେମିତି ?

ଦେଶରେ ବଜ୍ରପାତ କାରଣରୁ ପ୍ରତିବର୍ଷ ଶହ ଶହ ଲୋକ ପ୍ରାଣହାନୀ ହୋଇଥାଏ। ତେବେ ଭାରତ ପାଣିପାଗ ବିଭାଗ ଏବଂ “ଭାରତୀୟ ଉଷ୍ଣକଟିବନ୍ଧୀୟ ପାଣିପାଗ ଅନୁଷ୍ଠାନ” ପକ୍ଷରୁ “ଦାମିନୀ” ନାମକ ଏକ ସ୍ୱତନ୍ତ୍ର ମୋବାଇଲ୍ ଆପ୍ ଲଞ୍ଚ କରାଯାଇଚି। ଏହି ଆପ୍ ସମଗ୍ର ଦେଶରେ ବଜ୍ରପାତ ସମ୍ବନ୍ଧୀୟ ଘଟଣା ଉପରେ ନଜର ରଖିବ।ଏହି ଆପ୍ “ଭାରତୀୟ ଉଷ୍ଣକଟିବନ୍ଧୀୟ ପାଣିପାଗ ଅନୁଷ୍ଠାନ” (Indian Institute of Tropical Meteorology) ଦ୍ୱାରା ବିକଶିତ କରାଯାଇଛି। “ଦାମିନୀ” ଆପ୍ ସମଗ୍ର ଦେଶରେ ବଜ୍ରପାତ ସମ୍ବନ୍ଧୀୟ ଘଟଣା ଉପରେ ନଜର ରଖିବ। ଯାହା ଆପଣଙ୍କୁ ଆପଣଙ୍କ ସ୍ଥାନରୁ ୨୯-୪୦ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ସମ୍ଭାବ୍ୟ ବଜ୍ରପାତ ହେଲେ ଆପଣଙ୍କୁ ଜିପିଏସ (GPS) ମାଧ୍ୟମରେ ୪୦ ମିନିଟ୍ ପୂର୍ବରୁ ଆଗୁଆ ସତର୍କ ସୂଚନା ପଠାଇବ। ଯାହା ଦ୍ୱାରା ଆପଣ ବଜ୍ରପାତ ହେବା ସମୟରେ କୌଣସି ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେଇପାରିବେ। ତେବେ ଆପଣଙ୍କୁ କେବଳ “ପ୍ଲେ ଷ୍ଟୋର” (Play Store) କିମ୍ବା ଆପ୍ (App Store) ରୁ ଏହି ଆପ୍ ଡାଉନଲୋଡ୍ କରିବା ସହ ପଞ୍ଜୀକରଣ କରିବାକୁ ହେବ। ଯେତେବେଳେ ଆପଣଙ୍କ ଅଞ୍ଚଳରେ ସମ୍ଭାବ୍ୟ ବଜ୍ରପାତ ହେବ, ସେତେବେଳେ ଆପଣଙ୍କ ଫୋନ୍ କୁ ତୁରନ୍ତ ଏକ ଆଲର୍ଟ ମେସେଜ୍ ଆସିଯିବ। ଏହା ସହିତ ଆପଣ ସମଗ୍ର ଦେଶରେ ହେବାକୁ ଥିବା ସମ୍ଭାବ୍ୟ ବଜ୍ରପାତ ଅପଡେଟ୍ ପାଇବା ପାଇଁ ଏହି ଆପ୍‌ର ମ୍ୟାପ୍ ଫିଚର ମଧ୍ୟ ବ୍ୟବହାର କରିପାରିବେ। “ଦାମିନୀ” ଆପ୍ କେବଳ ବଜ୍ରପାତ ବିଷୟରେ ସୂଚନା ପ୍ରଦାନ କରେ ନାହିଁ। ବରଂ ବ୍ୟବହାରକାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ନିର୍ଦ୍ଦେଶାବଳୀ ମଧ୍ୟ ପ୍ରଦାନ କରିଥାଏ। ଏହି ଆପ୍ ଝଡ଼ ସମୟରେ ନେବାକୁ ଥିବା ସତର୍କତା ବିଷୟରେ ସହଜ ଏବଂ ଉପଯୋଗୀ ସୂଚନା ପ୍ରଦାନ କରିଥାଏ।

ଅଧିକ ପଢନ୍ତୁ