ବଡ଼ଦିନ ପରେ ନୂଆ ବର୍ଷରେ ପୁଣି ହରତାଳକୁ ଓହ୍ଲାଇବେ ଗିଗ୍ ୱାର୍କର୍ସ

ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶବ୍ୟାପୀ ଖାଦ୍ୟ ବିତରଣ କରୁଥିବା କର୍ମଚାରୀମାନେ ଏକ ବଡ ପ୍ରତିବାଦ ପ୍ରସ୍ତୁତି କରିଛନ୍ତି । ସ୍ୱିଗି, ଜୋମାଟୋ, ବ୍ଲିଙ୍କିଟ, ଆମାଜନ ଭଳି ଜଡିତ ଡେଲିଭରି ପାର୍ଟନର , କ୍ୟାବ ଡ୍ରାଇଭର ଏବଂ ହୋମ ସର୍ଭିସ କର୍ମଚାରୀମାନେ ଧର୍ମଘଟରେ ଯିବେ । ଯାହା ଫଳରେ ଖାଦ୍ୟ ବିତରଣ , ଦ୍ରୁତ ବାଣିଜ୍ୟ ସେବା ଗୁରୁତର ଭାବେ ପ୍ରଭାବିତ ହେବ ।
ରିପୋର୍ଟ ଅନୁସାରେ- ସ୍ଵିଗୀ, ଜୋମାଟୋ, ଜେପ୍ଟୋ, ବ୍ଲିଙ୍କଇଟ୍, ଆମାଜନ ଓ ଫ୍ଲିପକାର୍ଟ ଭଳି କମ୍ପାନୀର କର୍ମଚାରୀ ଦରମା, ସୁରକ୍ଷା ପରିସ୍ଥିତିକୁ ନେଇ ଆନ୍ଦୋଳନକୁ ଓହ୍ଲାଇବେ । ଏହି ହରତାଳ ଡାକରା ଦେଇଛି ଇଣ୍ଡିଆନ୍ ଫେଡରେସନ ଅଫ୍ ଆପ୍-ବେସଡ୍ ଟ୍ରାନ୍ସପୋର୍ଟ ୱାର୍କର୍ସ (IFAT) ।

ଏହା ପୂର୍ବରୁ ଗିଗ୍ ୱାର୍କର ଡିସେମ୍ବର ୨୫ ତାରିଖରେ ହରତାଳ କରିଥିଲେ । ଯେଉଁଥିରେ ସର୍ବାଧିକ ପ୍ରଭାବିତ ହୋଇଥିଲା ଗୁରୁଗ୍ରାମ । ଏବେ ପୁଣି ଥରେ ନୂଆବର୍ଷ ପୂର୍ବ ସନ୍ଧ୍ୟାରେ ଅନଲାଇନ୍ ଡେଲିଭରି ବୟ ଆନ୍ଦୋଳନକୁ ଓହ୍ଲାଇବାକୁ ଯାଉଛନ୍ତି ।

ଅଧିକ ପଢନ୍ତୁ