ବଡ଼ଦେଉଳର ବଡ଼ଠାକୁରଙ୍କ ପାଇଁ ତିଆରି ଚାଲିଛି ରାଖି। ଗହ୍ମା ପୁନେଇରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କୁ ଭଉଣୀ ସୁଭଦ୍ରା ପିନ୍ଧାଇବେ ରାଖି। ଚାରିଟି ବଡ଼ ରାଖି ସମେତ ମହାପ୍ରଭୁ ଶ୍ରୀଜଗନ୍ନାଥ ହଳଦିଆ ଓ ନାଲି ରଙ୍ଗର ଗୁଆମାଳ ଏବଂ ଶ୍ରୀବଳଭଦ୍ର ନେଳି ଓ ବାଇଗଣି ରଙ୍ଗର ଗୁଆମାଳ ପରିଧାନ କରିଥାଆନ୍ତି।
ଏହାବ୍ୟତୀତ ସେଇ ବାସୁଙ୍ଗାପାଟରେ ୧୫ଟି ଛୋଟ ରାଖି ପ୍ରସ୍ତୁତ କରିଥାଆନ୍ତି। ପାର୍ଶ୍ବ ଦେବଦେବୀମାନେ ଏହି ରାଖି ପରିଧାନ କରିଥାନ୍ତି। ରାଖି ଓଲାଗି ହେବା ପରେ ଗୋଟିଏ ଗଜପତିଙ୍କ ନିକଟକୁ ଯାଏ ଏବଂ ଅନ୍ୟ ରାଖି ଭଣ୍ଡାର ଘରେ ରହିଥାଏ।