ଆସାମରେ ବଡ଼ ଧରଣର ଟ୍ରେନ ଦୁର୍ଘଟଣା ହୋଇଛି । ଟ୍ରେନ୍ ନମ୍ବର ୨୦୫୦୭ DN ସାଇରଙ୍ଗ-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ହାତୀ ପଲକୁ ଧକ୍କା ଦେଇଥିବା ଜଣାପଡିଛି । ଧକ୍କା ଏତେ ଭୟଙ୍କର ଥିଲା ଯେ ଇଞ୍ଜିନ ଏବଂ ପାଞ୍ଚଟି କୋଚ୍ ଲାଇନଚ୍ୟୁତ ହୋଇଛି। କିନ୍ତୁ ସୌଭାଗ୍ୟବଶତଃ ଟ୍ରେନରେ ଥିବା କୌଣସି ଯାତ୍ରୀ ଆହତ ହୋଇ ନଥିବା ଜଣାପଡିଛି। ଘଟଣାସ୍ଥଳରେ ଆଠଟି ହାତୀଙ୍କ ମୃତଦେ ପଡିଥିବା ଦେଖିବାକୁ ମିଳିଛି ।ଦୁର୍ଘଟଣା ଘଟିଥିବା ଅଞ୍ଚଳରେ ହାତୀ କରିଡର ନାହିଁ । ହାତୀ ପଲକୁ ଦେଖିବା ପରେ ଲୋକୋ ପାଇଲଟ୍ ବ୍ରେକ୍ ଲଗାଇଥିଲେ। ଟ୍ରେନ୍ଟି ହାତୀ ପଲ ସହିତ ଧକ୍କା ଖାଇଥିଲା । ଯାହା ଫଳରେ ଦୁଃଖଦ ଘଟଣା ଘଟିଛି । ଟ୍ରେନ୍ ଧକ୍କାରେ ମୃତ ହାତୀଙ୍କର ଶରୀରର କିଛି ଅଂଶ ରେଳ ଟ୍ରାକରେ ବିଛାଡ଼ି ହୋଇ ପଡିଛି । ଫଳର ଅନେକ ଟ୍ରେନ୍ ରୁଟ୍ ପରିବର୍ତ୍ତନ କରାଯାଇଛି ଏବଂ ଅନେକ ଟ୍ରେନ୍ ବାତିଲ କରାଯାଇଛି । ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ହାତୀଙ୍କୁ ଧକ୍କା ପରେ ଟ୍ରେନ୍ ଜୋର୍ରେ ଝଟକା ଦେଇଥିଲା, ଯାହା ଫଳରେ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଅନେକ ଲୋକ ସେମାନଙ୍କ ସିଟରୁ ଛିଟିକି ପଡ଼ିଥିଲେ । ଆଶ୍ୱସ୍ତିର ଖବର କି ଏପର୍ଯ୍ୟନ୍ତ କୌଣସି ଯାତ୍ରୀ ଗୁରୁତର ଆହତ ହୋଇଥିବା ରିପୋର୍ଟ ହସ୍ତଗତ ହୋଇନାହିଁ । ଉତ୍ତର-ପୂର୍ବ ସୀମାନ୍ତ ରେଳବାଇର ଲୁମଡିଂ ଡିଭିଜନରେ ଏହି ଟ୍ରେନ୍ ଦୁର୍ଘଟଣା ଘଟିଛି । ଦୁର୍ଘଟଣାସ୍ଥଳ ଗୌହାଟିରୁ ପ୍ରାୟ ୧୨୬ କିଲୋମିଟର ଦୂରରେ ଅବସ୍ଥିତ । ସୂଚନା ଅନୁଯାୟୀ, ଲାଇନଚ୍ୟୁତ ହେବା ଏବଂ ଟ୍ରାକରେ ହାତୀଙ୍କ ମୃତଦେହ ମିଳିବା ଯୋଗୁଁ ଆସାମ ଏବଂ ଉତ୍ତର-ପୂର୍ବର ଅନ୍ୟାନ୍ୟ ଅଞ୍ଚଳକୁ ରେଳ ସେବା ବର୍ତ୍ତମାନ ସ୍ଥଗିତ ରଖାଯାଇଛି ।
