ବଡ଼ ସୂଚନା: ରାଶନକାର୍ଡରୁ ଏହିମାନେ ପଡିବେ ବାଦ୍‌

୧୦ରୁ ୧୫ ଦିନ ମଧ୍ୟରେ ଶେଷ ହେବ E-KYC। ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ଓଡ଼ିଶାରେ ବହୁ ବିଦେଶୀ, ଯେଉଁମାନେ ରାସନ କାର୍ଡ ପାଇବା ପାଇଁ ଯୋଗ୍ୟ ନୁହଁନ୍ତି, ସେମାନଙ୍କୁ ରାସନ କାର୍ଡ ମିଳିଛି । ବର୍ଷ ବର୍ଷ ଧରି ସେମାନେ କାର୍ଡରେ ମାଗଣା ରାସନ ସାମଗ୍ରୀ ଉଠାଇ ଚାଲିଛନ୍ତି । ବଡ କଥା ହେଉଛି, ସେମାନଙ୍କ ମଧ୍ୟରେ ବହୁ ସଂଖ୍ୟାରେ ବାଙ୍ଗଲାଦେଶୀ ଓ ରୋହିଙ୍ଗ୍ୟା ଥିବା ଜଣାପଡିଛି । ଆଉ ତାପରେ ଆକ୍ସନ ମୋଡରେ ଯୋଗାଣ ବିଭାଗ। ଏଭଳି କେତେ ବିଦେଶୀ ଓଡିଶାରେ ରାସନ କାର୍ଡ ପାଇଛନ୍ତି, ତଦନ୍ତ କରି ସେମାନଙ୍କ ତାଲିକା ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।କିଛି ମାସ ପୂର୍ବରୁ, ରାଶନ କାର୍ଡଧାରୀଙ୍କ ପାଇଁ E-KYC କରିବା ପାଇଁ ସରକାର ନିର୍ଦ୍ଦେଶନାମା ଜାରି କରିଥିଲେ। ଯେଉଁଥିରେ ସମସ୍ତ ରାଶନ କାର୍ଡଧାରୀଙ୍କ ପାଇଁ E-KYC କରିବା ବାଧ୍ୟତାମୂଳକ କରାଯାଇଥିଲା।

ଯଦି ଆପଣ ଏ ପର୍ଯ୍ୟନ୍ତ ଆପଣଙ୍କର E-KYC କରିନାହାଁନ୍ତି। ତେବେ ଆପଣ ନିଜ ଅଞ୍ଚଳର ଯେକୌଣସି ନିକଟତମ ସରକାରୀ ରାଶନ ବଣ୍ଟନ ଦୋକାନକୁ ଯାଇ PoS ମେଶିନ ମାଧ୍ୟମରେ E- KYC କରିପାରିବେ।ଭୂତ ରାସନ କାର୍ଡ ଚିହ୍ନଟ କରିବାକୁ ନେଇ ବହୁ ହିତାଧିକାରୀ ଆଶା ଆଶଙ୍କାରେ ରହିଛନ୍ତି। ସେମାନଙ୍କର କଟିବ କି ରହିବ ସେ ନେଇ ଦ୍ୱନ୍ଦ୍ୱ ଭିତରେ ଅନୁପ୍ରବେଶ କରିଥିବା ଲୋକଙ୍କ ଭାଗ୍ୟ, ଭବିଷ୍ୟତ କଣ ହେବ? ସେ ନେଇ ଚିନ୍ତାରେ ପଡିଛି ରାସନ ପାଇଥିବା ହିତାଧିକାରୀ ? ବିଶେଷକରି ରୋହିଙ୍ଗ୍ୟା ଓ ବାଙ୍ଗଲାଦେଶୀ ହିତାଧିକାରୀଙ୍କ ଚିନ୍ତା ବଢିଛି।

ଅଧିକ ପଢନ୍ତୁ

Odisha Darpan Digital