ରାଜ୍ୟରେ କାଲିଠାରୁ ଗଡ଼ିବ ସବୁ ଘରୋଇ ବସ୍‌

ଘରୋଇ ବସ୍‌ରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କର ପାଇଁ ବଡ଼ ଖବର । ଆସନ୍ତାକାଲି (ଶନିବାର) ଠାରୁ ଯାତ୍ରୀବାହୀ ଘରୋଇ ବସ୍‌ ଚଳାଚଳ କରିବ। ଘରୋଇ ବସ୍‌ଗୁଡ଼ିକ ପୂର୍ବ ଭଳି ପୁଣି ସ୍ବାଭାବିକ ଢଙ୍ଗରେ ଚାଲିବ।କଟକରେ ଘରୋଇ ବସ୍ ଚଳାଚଳ ସ୍ଵାଭାବିକ ହେବ। କଟକ ଘରୋଇ ବସ୍ ମାଲିକ ସଂଘ ଆଉ ଡ୍ରାଇଭର ମହାସଂଘ ଧର୍ମଘଟକୁ ସମର୍ଥନ ଜଣାଇବେ ନାହିଁ। ଧର୍ମଘଟର ସମାଧାନ ହେଉ ନ ଥିବାରୁ ବସ୍ ଚଳାଚଳ ବନ୍ଦ ରହିଥିବା ହେତୁ ମାଲିକ କ୍ଷତି ସହୁଛନ୍ତି। ତେଣୁ ଯାତ୍ରୀଙ୍କ ଯାତାୟାତ ବାଧାପ୍ରାପ୍ତ ହୋଇଥିବାରୁ ଏହାକୁ ମଧ୍ୟ ନଜରକୁ ନେଇଛି ବସ୍ ମାଲିକ ସଂଘ।

ଅଧିକ ପଢନ୍ତୁ

Odisha Darpan Digital