ବଡ ଝଟକା ; ପୁଣି ବଢିଲା ସୁନା

ପୁଣି ଗ୍ରାହକଙ୍କୁ ବଡ ଝଟକା । ମେ’ ୨୧ ଅର୍ଥାତ୍‌ ବୁଧବାର ବଢିଛି ସୁନା ଦର ।ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୯୭, ୪୨୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୮୯ ହଜାର ୩୦୦ ଟଙ୍କା ଛୁଇଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୯୭, ୪୨୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୮୯ ହଜାର ୩୦୦ ଟଙ୍କାକୁ ପହଞ୍ଚିଛି ।୧୮ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୭୩,୦୭୦ ଟଙ୍କା ରହିଛି । ଗତକାଲି ୭୧,୨୭୦ ଟଙ୍କା ରହିଛି । ଏଥିରେ ୧,୮୦୦ ଟଙ୍କା ବୃଦ୍ଧି ହୋଇଛି । ମୁମ୍ବାଇରେ ୨୪ କ୍ୟାରେଟ୍ ମୂଲ୍ୟ ୯୭, ୪୨୦ ଟଙ୍କା ଓ ୨୨ କ୍ୟାରେଟ୍ ମୂଲ୍ୟ ୮୯, ୩୦୦ ଟଙ୍କା ରହିଛି । ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ୯୭, ୫୭୦ ଟଙ୍କା ଓ ୨୨ କ୍ୟାରେଟ୍ ୮୯,୪୫୦ ଟଙ୍କା ରହିଛି ।ସେହିପରି ରୁପା ଦାମ୍‌ ମଧ୍ୟ ବୃଦ୍ଧି ପାଇଛି । ୧୦୦ ଗ୍ରାମ୍‌ ସୁନା ଦାମ୍‌ ୧୧,୧୦୦ ଟଙ୍କା ରହିଛି । ଗତକାଲି ଏହା ୧୦,୮୦୦ ଥିଲା । ଏଥିରେ ୩୦୦ ଟଙ୍କା ବୃଦ୍ଧି ହୋଇଛି ।

ଅଧିକ ପଢନ୍ତୁ

Odisha Darpan Digital