ବଢିଲା ଧନୁଯାତ୍ରାର ଅନୁଦାନ ରାଶି

ଧନୁଯାତ୍ରା ଅନୁଦାନ ରାଶି ବଢାଇଲେ ସରକାର। ଧନୁଯାତ୍ରା ପାଇଁ ୧ କୋଟିକୁ ବଢିଲା ଅନୁଦାନ ରାଶି। ପୂର୍ବରୁ ଅନୁଦାନ ରାଶି ୧୦ ଲକ୍ଷ ଟଙ୍କା ଥିଲା। ୨ ଶହ କଳାକାରଙ୍କୁ ୧୦ ହଜାର ଲେଖାଏଁ ଅନୁଦାନ ରାଶି ପ୍ରଦାନ କରାଯିବ। ସୂଚନାଯୋଗ୍ୟ, ବରଗଡ଼ ଧନୁଯାତ୍ରା ନିମନ୍ତେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୧ କୋଟି ଟଙ୍କାର ଆର୍ଥିକ ଅନୁଦାନ ରାଶି ଘୋଷଣା କରାଯାଇଥିଲା । ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଆଯାଇଛି ନିଷ୍ପତ୍ତି ।ଡିସେମ୍ବର ୨୪ରୁ ଜାନୁୟାରୀ ୩ ଯାଏଁ ଦୁଲିକିବ ଦୁଲୁକିବ ମଞ୍ଚ ଓ ରାଜ ଦରବାର । ବରଗଡ଼ ସହର ପାଲଟିବ ମଥୁରା ନଗରୀ, ଅମ୍ବାପାଲି ହୋଇଯିବ ଗୋପପୁର । ଚାଲିବ କଂସଙ୍କ ରାଜୁତି, ଏହି ଯାତ୍ରାକୁ ଆହୁରି ଭବ୍ୟ କରିବା ପାଇଁ ରାଜ୍ୟ ସରକାର କରିଛନ୍ତି ବଡ଼ ଘୋଷଣା । ବଢ଼ାଇଛନ୍ତି ଧନୁଯାତ୍ରା ପାଇଁ ଅନୁଦାନ ରାଶି ।

ଅଧିକ ପଢନ୍ତୁ