ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସୀ ଅନିୟମିତତା ମାମଲାରେ ରାଜା ଚକ୍ର ଓ ଅନ୍ୟ ସହଯୋଗୀଙ୍କ ବିରୁଦ୍ଧରେ ଖୁବଶୀଘ୍ର ଦାଖଲ ହେବ ଅନ୍ତରୀଣ ଚାର୍ଜସିଟ । ଏବେ ସୁଦ୍ଧା ୬୦ ଟି ବ୍ୟାଙ୍କ ଆକାଉଣ୍ଟ ଓ ବହୁ ସଂଖ୍ୟକ କାଗଜ ପତ୍ରର ଯାଞ୍ଚ ଚାଲିଛି । ଆଉ କିଛି ଲୋକ ତଦନ୍ତ ପରିସରଭୁକ୍ତ ହୋଇପାରନ୍ତି ବୋଲି ସୋମବାର କ୍ରାଇମବ୍ରାଞ୍ଚ ଡିଜି ସୂଚନା ଦେଇଛନ୍ତି। ପୂର୍ବରୁ ହେଇଥିବା ଅଭିଯୋଗ ଓ ପ୍ରାଥମିକ ତଦନ୍ତକୁ ଆଧାର କରି ମୋଟ ୧୮୫ କୋଟି ଟଙ୍କାର ଆର୍ଥିକ ଅନିୟମିତା ହୋଇଥିବା କୁହାଯାଉଥିଲା । ଏହାରି ଭିତରେ ଏହି ମହାଦୁର୍ନିତିର ଖେଳତାଡ ଆରମ୍ଭ କରିଥିବା କ୍ରାଇମବ୍ରାଞ୍ଚକୁ ଗୁରୁତ୍ବ ପୂର୍ଣ୍ଣ ସୁରାକ ମିଳିଛି । ଫଳସ୍ବରୂପ ଏବେ ଏହି ଅନିୟମିତତାର ପରିମାଣ ୫୦୦ କୋଟି ଟଙ୍କାକୁ ଟପି ଯାଇ ପାରେ ବୋଲି ଆଶଙ୍କା କରୁଛି ତଦନ୍ତକାରୀ ସଂସ୍ଥା ।ସୂଚନାଯୋଗ୍ୟ ଯେ, କେନ୍ଦୁଝର ‘ଗନ୍ଧମାର୍ଦନ ଲୋଡିଂ ଏଜେନ୍ସି’ ଏବଂ ପରିବହନ ସମବାୟ ସମିତି ଲି. ୨୦୦୬ରେ ପଞ୍ଜିକୃତ ହୋଇଥିଲା।
ସୋସାଇଟି ଦ୍ୱାରା ପ୍ରାପ୍ତ ଲାଭରୁ ଖଣି ପ୍ରଭାବିତ ଅଞ୍ଚଳର ବାସିନ୍ଦାଙ୍କ ଆର୍ଥିକ ଉନ୍ନତିମୂଳକ କାର୍ଯ୍ୟ ଖର୍ଚ୍ଚ କରାଯାଏ । ପରେ ଷଡ଼ଯନ୍ତ୍ର କରି ଶ୍ରମଦେୟ, ପରିଧି ବିକାଶ, ଭିତ୍ତିଭୂମି ଖର୍ଚ୍ଚ, ପ୍ରଭାବିତ ସଦସ୍ୟଙ୍କୁ ଦେୟ, ଇପିଏଫ କାଟ୍ ବାବଦରେ ମିଥ୍ୟା ଦସ୍ତାବିଜ ପ୍ରସ୍ତୁତ କରି କୋଟି କୋଟି ଟଙ୍କା ଆତ୍ମସାତ କରାଯାଇଥିବାର ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଆଧାର କରି ତଦନ୍ତ ଆରମ୍ଭ ହୋଇଥିଲା । ଘଟଣାରେ ତଦନ୍ତ କରି ରାଜା ଚକ୍ରଙ୍କ ସହିତ ୪ ଜଣ ସହଯୋଗୀଙ୍କୁ ଗିରଫ କରାଯାଇଥିଲା ।