ବଢ଼ିଲା ମାଟ୍ରିକ ଫର୍ମ ପୂରଣ ଅବଧି

ମାଟ୍ରିକ ଫର୍ମ ପୂରଣ ଅବଧି ବଢ଼ାଇଲା ମାଧ୍ୟମିକ ଶିକ୍ଷା ପରିଷଦ । ନଭେମ୍ବର ୨୫ ପର୍ଯ୍ୟନ୍ତ ମାଟ୍ରିକ ଫର୍ମ ପୂରଣ ଅବଧି ବଢ଼ିଲା । ବାର୍ଷିକ ଏଚଏସସି ସହ ଏସଓଏସସି ଫର୍ମ ପୂରଣ ଅବଧି ବଢ଼ିଲା । ତେବେ ଏହା ପରେ ଆଉ ଫର୍ମ ପୂରଣ ଅବଧି ବୃଦ୍ଧି କରାଯିବ ନାହିଁ ବୋଲି ବୋର୍ଡ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି।

ମାଟ୍ରିକ୍ ପରୀକ୍ଷା ପାଇଁ ନଭେମ୍ବର ୩ ତାରିଖରୁ ଆରମ୍ଭ ହୋଇଛି ଫର୍ମ ପୂରଣ। ନଭେମ୍ବର ୧୮ ଅର୍ଥାତ୍ ଆଜି ଫର୍ମ ପୂରଣର ଶେଷ ତାରିଖ ଥିଲା। ତେବେ ଏହାକୁ ବୋର୍ଡ ପକ୍ଷରୁ ବୃଦ୍ଧି କରାଯାଇଛି। ପ୍ରତି ବର୍ଷ ମାଟ୍ରିକ ପରୀକ୍ଷା ଫେବୃଆରୀ ମାସ ରେ ହୋଇଥାଏ । ମେଟ୍ରିକ ପରୀକ୍ଷା ଛାତ୍ର ଛାତ୍ରୀ ଙ୍କ ଜୀବନ ର ପ୍ରଥମ ସଫଳତାର ପାହାଚ ହୋଇଥାଏ , ଏହାକୁ ନେଇ ସମସ୍ତ ଛାତ୍ର ଛାତ୍ରୀ ଙ୍କ ମନରେ ଭୟ ମଧ୍ୟ ରହିଥାଏ। ତେବେ ଫର୍ମ ପୂରଣ ସରିବା ପରେ ଚଳିତ ଥରର ମାଟ୍ରିକ ପରୀକ୍ଷାର୍ଥୀଙ୍କ ସଂଖ୍ୟା ସ୍ପଷ୍ଟ ହେବ।

ଅଧିକ ପଢନ୍ତୁ