ଭୁବନେଶ୍ବର ମହାନଗର ନିଗମ (ବଏମ୍ସି)ର କର୍ପୋରେଟରମାନଙ୍କର ମିଟିଂ ଭତ୍ତା ବୃଦ୍ଧି ହୋଇଛି । କର୍ପୋରେଟରଙ୍କ ଭତ୍ତା୧୦ ହଜାର କରାଯାଇଛି। ପ୍ରତି କର୍ପୋରେଶନ ମିଟିଂ ପିଛା କର୍ପୋରେଟରଙ୍କୁ ୧୦ ହଜାର ଟଙ୍କା ମିଳିବ।କର୍ପୋରେସନ ବୈଠକ ପାଇଁ ମେୟର ଭତ୍ତା ହେଲା ୫୦ ହଜାର ରଖାଯାଇଥିବାବେଳେ ଡେପୁଟି ମେୟର ପାଇବେ ୨୫ ହଜାର ଟଙ୍କା।ଏହି କ୍ରମରେ ମେୟର ସୁଲୋଚନା ଦାସଙ୍କ ମିଟିଂ ଭତ୍ତା ମଧ୍ୟ ବଢ଼ିଛି। ଏନେଇ କର୍ପୋରେଶନ ବୈଠକରେ ନିଷ୍ପତ୍ତି ହୋଇଛି। ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି।
ସମସ୍ତ ଭତ୍ତା ବିଏମ୍ସି ପ୍ରଦାନ କରିବ।ଅପରପକ୍ଷରେ ବିଏମସି ବୈଠକରେ ବିଜେପି କର୍ପୋରେଟରମାନେ ଜାଗା ମିଶନକୁ ନେଇ ହୋହାଲ୍ଲା କରିଛନ୍ତି। ଜାଗା ମିଶନକୁ ନେଇ ବିଏମସି ଲୋକଙ୍କୁ ଭୁଆଁ ବୁଲାଯାଉଥିବା ଅଭିଯୋଗ କରିଛନ୍ତି ବିଜେପି କର୍ପୋରେଟର। ବିଜେପି କର୍ପୋରେଟରଙ୍କ ହୋହାଲ୍ଲା ଫଳରେ ୨ ଘଣ୍ଟା ବନ୍ଦ ରହିଥିଲା ବିଏମସି ବୈଠକ।