ବଢ଼ିଲା ସିବିଆଇ ନିର୍ଦେଶକ ପ୍ରବୀଣ ସୁଦ୍‌‌ଙ୍କ କାର୍ଯ୍ୟକାଳ

କ୍ରାଇମ ବ୍ରାଞ୍ଚ ଅଫ୍ ଇଣ୍ଡିଆ ନିର୍ଦ୍ଦେଶକ ପ୍ରବୀଣ ସୁଦଙ୍କ କାର୍ଯ୍ୟକାଳ ବଢ଼ିଛି । ପର୍ସନେଲ ମିନିଷ୍ଟ୍ରି ସୂଚନା ମୁତାବକ ପ୍ରବୀଣଙ୍କ କାର୍ଯ୍ୟକାଳ ୧ ବର୍ଷ ବଢ଼ାଇ ଦିଆଯାଇଛି । ଶ୍ରୀ ସୁଦ ୨୫ ମଇ, ୨୦୨୩ରେ ଦୁଇ ବର୍ଷ ପାଇଁ ସିବିଆଇ ନିର୍ଦ୍ଦେଶକ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ।ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ମନୋନୟନ କମିଟିର ବୈଠକରେ ଏବଂ ଭାରତର ମୁଖ୍ୟ ବିଚାରପତି ସଞ୍ଜିବ ଖାନ୍ନା ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଗଠିତ ବୈଠକରେ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରିବାର ନିଷ୍ପତ୍ତି ନିଆଯାଇଛି ବୋଲି ଅଧିକାରୀମାନେ କହିଛନ୍ତି। ମନୋନୟନ କମିଟିର ସୁପାରିଶ ଉପରେ ଆଧାର କରି କ୍ୟାବିନେଟର ନିଯୁକ୍ତି କମିଟି ଶ୍ରୀ ସୁଦଙ୍କ କାର୍ଯ୍ୟକାଳ ୨୪ ମଇ ପରେ ଗୋଟିଏ ବର୍ଷ ପାଇଁ ବୃଦ୍ଧିକୁ ଅନୁମୋଦନ କରିଛି। ବର୍ତ୍ତମାନ ସୁଦ୍ଧା ପ୍ରବୀଣଙ୍କ ସ୍ଥାନ ନେବା ପାଇଁ ଉପଯୁକ୍ତ ବ୍ୟକ୍ତି ମିଳି ନ ଥିବାବେଳେ ସରକାର ସନ୍ଧାନରେ ଥିବା ଖବର ପ୍ରକାଶ ପାଇଛି ।

ଅଧିକ ପଢନ୍ତୁ

Odisha Darpan Digital