ବଢିଲା ଖାଇବା ତେଲ ଦର

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭିତରେ ଧୀରେ ଧୀରେ ଏହାର ପ୍ରଭାବ ଦେଖାଯାଉଛି । ଅର୍ଥାତ, ବଢିଲା ଖାଇବା ତେଲର ଦର । ଚିନ୍ତାରେ ଖାଉଟି । ଲିଟର ପିଛା ୧୦ ଟଙ୍କା ଖାଇବା ତେଲ ବର୍ତ୍ତମାନ ବଢିଥିବା କୁହାଯାଉଛି । କଟକ ମାଲଗୋଦାମରେ ରିଫାଇନ ତେଲ ଆଗରୁ ଲିଟର ପିଛା ୧୬୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ୩ରୁ ୪ ଦିନ ଭିତରେ ବୃଦ୍ଧି ପାଇ ୧୭୦ ଟଙ୍କାରେ ପହଞ୍ଚିଛି । କିନ୍ତୁ ବର୍ତ୍ତମାନ ଓଡ଼ିଶାରେ ୧୫ରୁ ୨୦ ଦିନ ପାଇଁ ତେଲ ଷ୍ଟକ ରହିଛି ବୋଲି ରାଜ୍ୟ ବ୍ୟବସାୟୀ ସଂଘ ସମ୍ପାଦକ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁମାନେ ଏହାକୁ ବାହାର ଦେଶରୁ ଆମଦାନୀ କରୁଛନ୍ତି । ସେମାନେ ଅସୁବିଧା ଦେଖୁଛନ୍ତି। ଦେଶ ଦେଶ ଭିତରେ ଯୁଦ୍ଧ ପାଇଁ ଏହି ପ୍ରଭାବ ପଡିଥିବା କୁହାଯାଉଛି। କିଛି ଷ୍ଟକ ରହିଛି। ମାତ୍ର ଆଗାମୀ ଦିନରେ ଏହା କମ ହୋଇପାରେ। ରିଫାଇନ ତେଲ ବିଶେଷ କରି ସନଫ୍ଲାଓର ତେଲରେ ଲିଟର ପିଛା ୫ ଟଙ୍କା ବୃଦ୍ଧି ହୋଇଛି।ବଜାରରେ ରିଫାଇନ୍ ତେଲର ୩୦ରୁ ୪୦ପ୍ରତିଶତ ଅଭାବ ଏହି ବୃଦ୍ଧି ପଛର କାରଣ ବୋଲି କୁହାଯାଉଛି। ରିଫାଇନ୍ ତେଲ ମାଲେସିଆ, ମିଙ୍ଗାପୁର ଆଦିରୁ ଆସୁଥିବା ବେଳେ ପାମୋଲିନ୍‌ ତେଲ ଇଣ୍ଡୋନେସିଆରୁ ଆସିଥାଏ। ବର୍ତ୍ତମାନ ରମଜାନ ମାସ ଚାଲିଥିବାରୁ ମୁସଲିନ ବହୁଳ ଦେଶରେ ଅଧିକାଂଶ ଲୋକ କାର୍ୟ୍ୟ କରନ୍ତି ନାହିଁ । ତେଣୁ ପାମୋଲିନ୍‌ ଦର ଅଧିକ ରହିଛି ।

ଅଧିକ ପଢନ୍ତୁ