ବିଏସକେୱାଇ ନବୀନ କାର୍ଡ ପାଇଁ ଆବେଦନରେ ଦୃତ ଅଗ୍ରଗତି ହୋଇଛି । ଜାନୁଆରୀ ୧୬ ତାରିଖ ଅପରାହ୍ନ ୨ଟା ସୁଦ୍ଧା ୩.୪୬ ଲକ୍ଷରୁ ଉର୍ଦ୍ଧ୍ବ ଦରଖାସ୍ତ ପଞ୍ଜୀକୃତ ହୋଇଛି ।ତେବେ ଆବେଦନ ଅବଧି ତାରିଖ ବଢ଼ିଛି। ମଙ୍ଗଳବାର ଆବେଦନର ଶେଷ ତାରିଖ ଥିବା ବେଳେ ଏହାକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତ। ଫଳରେ ଆସନ୍ତା ଜାନୁଆରୀ ୨୬ ତାରିଖ ପର୍ଯ୍ୟନ୍ତ (BSKY) କାର୍ଡ ପାଇଁ ଆବେଦନ କରିପାରିବେ।
ବିଏସକେୱାଇ ନବୀନ କାର୍ଡ ପାଇଁ ଯୋଗ୍ୟ ବିବେଚିତ ପରିବାରମାନେ ଚଳିତ ବର୍ଷ ମେ’ ମାସ ଠାରୁ ତାଲିକାଭୁକ୍ତ ଘରୋଇ ହସ୍ପିଟାଲମାନଙ୍କରେ ବାର୍ଷିକ ୫ ଲକ୍ଷ ଟଙ୍କା ଏବଂ ମହିଳା ସଦସ୍ୟମାନଙ୍କ ପାଇଁ ବାର୍ଷିକ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେୟମୁକ୍ତ ଚିକିତ୍ସା ସୁବିଧା ପାଇବେ । ହିତାଧିକାରୀମାନେ ଆସନ୍ତା ମେ ୧ ତାରିଖଠାରୁ ଏହି ସୁବିଧା ପାଇବେ ।