ବଢିଲା ସରକାରୀ ଚାକିରି ଆବେଦନ ସମୟ ସୀମା

ସରିଲା ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ। ବୁଧବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୫ ପ୍ରସ୍ତାବରେ କ୍ୟାବିନେଟ ମୋହର ବାଜିଛି। ଏହି ୫ ପ୍ରସ୍ତାବ ମଧ୍ୟରେ ରହିଛି ଯୋରନ୍ଦା ମହିମା ଗାଦିର ବିକାଶ, ବିଭିନ୍ନ ସରକାରୀ ଚାକିରିରେ ଆବେଦନ ପାଇଁ ବୟସ ସୀମା ବୃଦ୍ଧି, ଏଆଇ ମିଶନ, ଜଗତସିଂହପୁର JSWର ଜେଟି ନିର୍ମାଣ, ଓଡ଼ିଶା ଚକ୍ଷୁ ସେବା ପାଇଁ ପାଇଁ ପଦବୀ ସୃଷ୍ଟି ଆଦି। ବୈଠକ ପରେ ମୁଖ୍ୟ ଶାସନ ସଚିବ ଏନେଇ ସୂଚନା ଦେଇଛନ୍ତି। ମୁଖ୍ୟଶାସନ ସଚିବ ମନୋଜ କୁମାର ଆହୁଜା ଖବରଦାତା ସମ୍ମିଳନୀରେ କହିଛନ୍ତି ଯେ, ସରକାରୀ ଚାକିରିରେ ନିଯୁକ୍ତି ପାଇଁ ସର୍ବୋଚ୍ଚ ବୟସ ସୀମା ୩୨ ବର୍ଷରୁ ୪୨ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏଥିଲାଗି ସରକାର ଓଡିଶା ବେସାମରିକ ସେବା (ସର୍ବୋଚ୍ଚ ବୟସ ସୀମା ସ୍ଥିରୀକରଣ) ନିୟମାବଳୀ ୧୯୮୯ର ସଂଶୋଧନ କରାଯାଇଛି। ସରକାରଙ୍କ ନିୟମାବଳୀରେ ଥିବା ବ୍ୟବସ୍ଥା ଅନୁଯାୟୀ ସରକାରୀ ପଦପଦବୀ ଓ ସେବାରେ ପ୍ରବେଶ ପାଇଁ ସର୍ବୋଚ୍ଚ ବୟସ ସୀମା ପୂର୍ବରୁ ୩୨ ବର୍ଷ ରହିଥିଲା। କ୍ୟାବିନେଟ୍‌ ନିଷ୍ପତ୍ତି ଦ୍ବାରା ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରି ବୟସମୀମା ପାର ହୋଇଯାଇଥିବା ଆଶାୟୀ ଉପକୃତ ହେବେ ।ପୋଲିସ, ଜଙ୍ଗଲ, ଅବକାରୀ, ଅଗ୍ନିଶମ ସେବା କିମ୍ବା ଯେଉଁ ସେବା ଓ ପଦବୀରେ ଶାରୀରିକ ଦକ୍ଷତା ପରୀକ୍ଷା ରହିଥାଏ ତାହାକୁ ବାଦ ଦିଆଯାଇଛି। ଏହା ସହ ଯେଉଁ ପଦବୀ ପାଇଁ ସର୍ବୋଚ୍ଚ ସୀମା ଉଲ୍ଲେଖ କରାଯାଇଥିବ ତା’କୁ ବାଦ ଦିଆଯାଇଛି।

ସେହିଭଳି, ରାଜ୍ୟରେ କୃତ୍ରିମ ବୁଦ୍ଧିମତାକୁ ସମ୍ପୂର୍ଣ୍ଣ ପ୍ରୋତ୍ସାହନ ଦେବାକୁ ଏଆଇ ନୀତିକୁ ଅନୁମୋଦନ ଦିଆଯାଇଛି। ଏହା ଅନୁସାରେ ଏଆଇ ମିଶନ ଓ ଏଆଇ ସେଲ ଆରମ୍ଭ କରାଯିବ। ଏଆଇ କ୍ଷେତ୍ରରେ ଷ୍ଟାର୍ଟଅପ୍‌କୁ ପ୍ରୋତ୍ସାହନ ଦିଆଯିବ।

ଅଧିକ ପଢନ୍ତୁ

kc ads