ଆଜି କେନ୍ଦ୍ର ସରକାର ହାଇ-ସ୍ପିଡ୍ ଡିଜେଲ୍ ଉପରେ ଏକ୍ସାଇଜ୍ ଡ୍ୟୁଟିକୁ ବଢାଇ ୨୪ଟଙ୍କା ପ୍ରତି ଲିଟର ଓ ଇନଫ୍ରା ସେସ୍ ୩୬ ଟଙ୍କା ପ୍ରତି ଲିଟର କରି ଦିଆଯାଇଛି।ଡିଜେଲ୍ ଉପରେ ଏକ୍ସପୋର୍ଟ ଡ୍ୟୁଟି ୨୧.୫ ଟଙ୍କା ପ୍ରତି ଲିଟରରୁ ବଢାଇ ୫୫.୫ ଟଙ୍କା ପ୍ରତି ଲିଟର କରି ଦିଆଯାଇଛି। ସେଭଳି ହାଇସ୍ପିଡ୍ ଡିଜେଲ୍ ଉପରେ ଏକ୍ସପୋର୍ଟ ଡ୍ୟୁଟି ଓ ସେସ୍ ମଧ୍ୟ ବଢାଯାଇଛି। ନୂଆ ବ୍ୟବସ୍ଥା ଅନୁସାରେ, ହାଇ-ସ୍ପିଡ୍ ଡିଜେଲ୍ ଉପରେ ସ୍ପେଶାଲ ଆଡିସନାଲ ଏକ୍ସାଇଜ୍ ଡ୍ୟୁଟିକୁ ବଢାଇ ୨୪ ଟଙ୍କା ପ୍ରତି ଲିଟର କରି ଦିଆଯାଇଛି। ସେଭଳି ରୋଡ୍ ଓ ଇନଫ୍ରାଷ୍ଟ୍ରକଚର ସେସ୍ ଏବେ ୩୬ ଟଙ୍କା ପ୍ରତି ଲିଟର ହୋଇଯାଇଛି। ଏହା ଭିତରେ ଆଭିଏସନ୍ ଟର୍ବାଇନ୍ ଫୁଏଲ ଉପରେ ମଧ୍ୟ ଡ୍ୟୁଟିକୁ ବଢାଇ ୨୯.୫ ଟଙ୍କା ପ୍ରତି ଲିଟରରୁ ବଢାଇ ୪୨ ଟଙ୍କା ପ୍ରତି ଲିଟର କରି ଦିଆଯାଇଛି। ଘରୋଇ ବଜାରରେ ଡିଜେଲ ଏବଂ ବିମାନ ଇନ୍ଧନର ଉପଲବ୍ଧତା ବୃଦ୍ଧି କରିବା ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି।
