IAS ବିଷ୍ଣୁପଦ ସେଠୀଙ୍କ ଘରେ ମଙ୍ଗଳବାର ସକାଳୁ ସକାଳୁ ସିବିଆଇ ରେଡ୍ ହୋଇଥିବା ସୂଚନା ମିଳିଛି । ସିବିଆଇର ୮ ଜଣିଆ ଟିମ ବିଷ୍ଣୁପଦଙ୍କ ଭୁବନେଶ୍ବରରେ ଥିବା ସରକାରୀ କ୍ବାର୍ଟର୍ସରେ ରେଡ୍ କରିଛନ୍ତି। ପୂର୍ବରୁ ବିଷ୍ଣୁପଦ ସେଠୀ ଓ ବ୍ରିଜ ଆଣ୍ଡ ରୁଫ କଂପାନୀ ଲିଙ୍କ ନେଇ ଏକ ତଥ୍ୟ ସାମ୍ନାକୁ ଆସିଥିଲା । କଂପାନୀର ଇଷ୍ଟ କୋଷ୍ଟ ଜିଏମ୍ ବି କେ ସିଂଙ୍କ ଏକ ଚିଠି ପ୍ରଘଟ ହୋଇଥିଲା ।ବିଷ୍ଣୁପଦ ରେଡ୍କୁ ନେଇ ପ୍ରତିକ୍ରିୟାରେ କହିଛନ୍ତି, ମୋ ଘରେ ଜୋରଜବରଦସ୍ତ ରେଡ୍ ଚାଲିଛି । ଏହା ଏକ ଷଡଯନ୍ତ୍ର ଭଳି ଲାଗୁଛି ।
ବ୍ରିଜ ଆଣ୍ଡ ରୁଫ କମ୍ପାନୀ ସହିତ ମୋର କୌଣସି ସମ୍ପର୍କ ନାହିଁ । ମୁଁ ଚାକିରିରୁ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛି । ମୋର କିଛି ଦୋଷ ନାହିଁ ।ସୂଚନା ଅନୁସାରେ ଗତବର୍ଷ ଡିସେମ୍ବର ୪ରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ପ୍ରମୁଖ ସଚିବଙ୍କ ବ୍ୟକ୍ତିଗତ ସଚିବଙ୍କୁ ଚିଠିଟି ଲେଖାଯାଇଥିଲା । ଯେଉଁଥିରେ ବି କେ ସିଂ ଓ ବ୍ରିଜ୍ ଆଣ୍ଡ ରୁଫ୍ କଂପାନୀର ଜିଜିଏମ ଚଞ୍ଚଳ ମୁଖାର୍ଜୀ ଆଇଏଏସ ବିଷ୍ଣୁପଦଙ୍କୁ ଡିସେମ୍ବର ୫ ତାରିଖରେ ଭେଟିବାକୁ ସମୟ ମାଗିଥିଲେ । ଏହାର ଦୁଇ ଦିନ ପରେ ଅର୍ଥାତ ୭ ତାରିଖ ରାତିରେ ଭୁବନେଶ୍ବରରେ ଏକ ହୋଟେଲ ଆଗରେ ୧୦ ଲକ୍ଷ ଟଙ୍କା ଲାଞ୍ଚ କରାବାର ମାମଲାରେ ଚଞ୍ଚଲଙ୍କ ସମେତ ୩ ଜଣଙ୍କୁ ଗିରଫ କରିଥିଲା ସିବିଆଇ ।