ବଢୁଛି ଚୌଦ୍ବାର ଜେଲ କଳି । ନିଲମ୍ବିତ ଚିଫ ୱାର୍ଡେନ୍ ଓ ୱାର୍ଡରଙ୍କୁ ପଚରାଉଚରା

ବଢୁଛି ଚୌଦ୍ବାର ଜେଲ କଳି । ଚୌଦ୍ଵାର ମଣ୍ଡଳ କାରାଗାରରୁ କଏଦୀ ଫେରାର ଘଟଣାକୁ ନେଇ ଥାନାରେ ଦୁଇ ଅଧିକାରୀଙ୍କ ଏତଲା ବିବାଦ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ଗଣମାଧ୍ୟମରେ ଖବର ଆସିବା ପରେ ଉଭୟଙ୍କୁ ମଗାଯାଇଛି କାରଣ ଦର୍ଶାଅ ନୋଟିସ । ଘଟଣା ଉପରେ ଗୃହ ବିଭାଗ ଉଦବେଗ ପ୍ରକାଶ କରିବା ସହ ଜେଲ ବିଭାଗକୁ ରିପୋର୍ଟ ମାଗିଛନ୍ତି । ଏପଟେ ଜେଲରୁ କଏଦୀ ଚମ୍ପଟ ସହ ନିଶାଦ୍ରବ୍ୟ ଚାଲାଣ ରୋକିବାକୁ ଲାଗିବ AI କ୍ୟାମେରା । ତତ୍କାଳୀନ ଚୌଦ୍ବାର ଜେଲର ସନ୍ତୋଷିନୀ ଦାସଙ୍କ ବୟାନ ରେକର୍ଡ କରିଛି କମିଶନରେଟ ପୋଲିସ । ବିବାଦୀୟ ଦସ୍ତଖତକୁ ପରୀକ୍ଷା ପାଇଁ ପଠାଯାଇଛି । ଉପରିସ୍ଥ ଅଧିକାରୀଙ୍କୁ ଅବଗତ ନ କରି, ଥାନାକୁ କାହିଁକି ଗଲେ ବୋଲି ପ୍ରଶ୍ନ କଲା ଜେଲ ବିଭାଗ । ତିନି ଦିନ ଭିତରେ ଉତ୍ତର ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଜେଲରୁ କଏଦୀ ଚମ୍ପଟ ସହ ଅବାଧ ନିଶାଦ୍ରବ୍ୟ ଚାଲାଣ ରୋକିବା ପାଇଁ ଜେଲରେ ଲାଗିବ AI କ୍ୟାମେରା । କୌଣସି କଏଦୀ ଚମ୍ପଟ ମାରିବା ପାଇଁ ଉଦ୍ୟମ କଲେ ଅଟୋମେଟିକ୍ ଭାବେ ବାଜିବ ସାଇରନ । AI powered secured security system ବ୍ୟବସ୍ଥା ସହ ପ୍ରତ୍ୟେକ ଜେଲରେ ଲାଗିବ AI କ୍ୟାମେରା । ପ୍ରଥମ ପର୍ଯ୍ୟାୟରେ 18 ଟି ଜେଲରେ ଏହି AI କ୍ୟାମେରା ଲାଗିବ । ପ୍ରଥମ ପର୍ଯ୍ୟାୟରେ 16 ଟି ଲେଖାଏଁ AI କ୍ୟାମେରା ଲାଗିବା ପାଇଁ ସ୍ଥିର କରାଯାଇଛି ।

ଅଧିକ ପଢନ୍ତୁ