ବଢୁଛି ସାଇବର ଠକେଇ : ଦୁଇ ବର୍ଷରେ ଲୁଟି ନେଇଛନ୍ତି ୭୧୧ କୋଟି

ଦୁଇ ବର୍ଷରେ ଲୁଟିଲେଣି ୭୧୧ କୋଟିରୁ ଅଧିକ ଟଙ୍କା । କିନ୍ତୁ ସାଇବର ଠକଙ୍କ ଠାରୁ ଫେରିଛି ମାତ୍ର ୭ କୋଟି ଟଙ୍କା । ବିଧାନସଭା ର ତଥ୍ୟ କହୁଛି ୨୦୨୪ ରେ ୨୭ ହଜାର ୩୬୮ ଟି ମାମଲା ରୁଜୁ ହେଉଥିବା ବେଳେ, ୨୭୯ କୋଟି ୭୧ ଲକ୍ଷ ୨୯ ହାଜର ୬୬୨ ଟଙ୍କା ଠକେଇ ହେଇଛି l ସେଥି ମଧ୍ୟରୁ ମାତ୍ର ୨ କୋଟି ୪୭ ଲକ୍ଷ୍ୟ ୮୭ ହଜାର ୨୬୮ ଟଙ୍କା ଫେରିଛି।ସେହିପରି ୨୦୨୫ ରେ ୪୯ ହଜାର ୪୨୬ ମାମଲା ରୁଜୁ ହେଇଥିବା ବେଳେ, ୪୩୨ କୋଟି, ୨୮ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ସାଇବର ଠକ। ଯାହା ଭିତରୁ ଫେରିପାରିଛି ମାତ୍ର ୫ କୋଟି ୩୧ ଲକ୍ଷ, ୪୫ ହଜାର ୮୮୬ ଟଙ୍କା ।ସାଇବର ଅପରାଧୀଙ୍କ ଆର୍ଥିକ ଭିତ୍ତିଭୂମିକୁ ନଷ୍ଟ କରିବା ଏହି ‘ସାଇବର କବଚ’ ଅଭିଯାନର ମୁଖ୍ୟ ଲକ୍ଷ୍ୟ। ଜନସାଧାରଣଙ୍କ ଡିଜିଟାଲ୍ ସୁରକ୍ଷା ପାଇଁ ଓଡ଼ିଶା ପୋଲିସ ସର୍ବଦା ସଂକଳ୍ପ ବଦ୍ଧ ବୋଲି ପୋଲିସ କହିଛି।

ଅଧିକ ପଢନ୍ତୁ