ଦୁଇ ଦୁଇ ଥର ପରୀକ୍ଷା ସ୍ଥଗିତ ହେବା ପରେ ଏବେ ସେପ୍ଟେମ୍ବର ୨୭ରେ ହେବ ସ୍ପେଶାଲ୍ OTET ପରୀକ୍ଷା । ଦୁଇଟି ସିଟିଂରେ ହେବ ସ୍ପେଶାଲ୍ OTET ପରୀକ୍ଷା । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ପରୀକ୍ଷା ପରିଚାଳନା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯିବ। ପରୀକ୍ଷାର୍ଥୀମାନେ ବିନା ଦ୍ବନ୍ଦ୍ବ ଓ ବିନା ଭୟରେ ପରୀକ୍ଷା ଦେବାକୁ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି। ଶ୍ରୀ ତରାଇ କହିଛନ୍ତି ଯେ, ପରୀକ୍ଷାରେ ବିଭ୍ରାଟ ରୋକିବାକୁ ସୁରକ୍ଷା ବ୍ୟବସ୍ଥାକୁ ବିଶେଷ ପ୍ରଧାନ୍ୟ ଦିଆଯାଇଛି। ଜିଲ୍ଲା ପ୍ରଶାସନ ନିଜ ଜିଲ୍ଲାରେ ଥିବା ପରୀକ୍ଷାକେନ୍ଦ୍ର ଓ ପରୀକ୍ଷା ପରିଚାଳନା ବ୍ୟବସ୍ଥାକୁ ଗୁରୁତ୍ବ ଦେବେ।ଆସନ୍ତା ୧୭ରୁ www.bseodisha.ac.in ୱେବ୍ସାଇଟରେ ଉପଲବ୍ଧ ହେବ ଆଡ୍ମିଟ କାର୍ଡ । ପରୀକ୍ଷା କେନ୍ଦ୍ର ବଦଳି ନ ଥିବା BSE ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାମୁତାବକ, ସକାଳ ୯ଟାରୁ ୧୧.୩୦ ଯାଏଁ ପ୍ରଥମ ସିଟିଂ ଓ ଦିନ ୨ଟାରୁ ଅପରାହ୍ମ ୪.୩୦ ଯାଏଁ ଦ୍ବିତୀୟ ସିଟିଂ ହେବ ।ସିବିଏସ୍ଇ ଭଳି ପ୍ରଶ୍ନପତ୍ର ଓ ଉତ୍ତରଖାତା ପରିବହନ ସମୟରେ ବୋର୍ଡ ଟ୍ରଙ୍କ୍ କଣ୍ଟେନର୍ ସହ ଡିଜିଟାଲ୍ ଲକର୍ ବ୍ୟବହାର କରିବ। କିନ୍ତୁ ପ୍ରଶ୍ନପତ୍ର ଢାଞ୍ଚା ଅପରିବର୍ତ୍ତିତ ରହିବ। ୧୯୩ଟି କେନ୍ଦ୍ରରେ ସ୍ବତନ୍ତ୍ର ଓଟିଇଟି ଅନୁଷ୍ଠିତ ହେବ।
