୨୦୨୬-୨୭ରୁ ନୂଆ ସିଲାବସ୍ ଲାଗୁ ହେବ

ରାଜ୍ୟରେ ବଦଳିବ ସ୍କୁଲ ପିଲାଙ୍କ ସିଲାବସ୍‌ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ବଦଳିବ ସିଲାବସ୍‌ । ୨୦୨୬-୨୭ ଶିକ୍ଷା ବର୍ଷରେ ଲାଗୁ ହେବ ନୂଆ ପାଠ୍ୟକ୍ରମ । ଶନିବାର ଏ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ପ୍ରଥମେ ଏନଇପି ଲାଗୁ ପରେ ସିଲାବସ୍‌ ପରିବର୍ତ୍ତନ ପାଇଁ କମିଟି ହୋଇଛି । ନୂଆ ସିଲାବସ୍ ପରିବର୍ତ୍ତନରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କର ପାଠ୍ୟ ଖସଡା ବଦଳିବ । ଭାଷା, ସଂସ୍କୃତି, ଐତିହ୍ୟକୁ ଆଧାର କରି ଏହି ନୂଆ ସିଲାବସ୍‌ ଆସିବ । ଏନେଇ କମିଟି ତର୍ଜମା କରୁଛି, ରାଜ୍ୟ ପାଇଁ ଯାହା ଠିକ୍‌ ହେବ ତାହା ତାହା ସ୍ଥାନ ପାଇବ ବୋଲି ମନ୍ତ୍ରୀ କହିଛନ୍ତି ।ସେହିପରି ସ୍କୁଲ ପିଲାଙ୍କ ଆଡମିଶନକୁ ନେଇ ଥିବା ଦ୍ବନ୍ଦ୍ବ ଦୂର କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ମାର୍ଚ୍ଚ ୩୧ ନୁହେଁ ସେପ୍ଟେମ୍ବର ପହିଲା ସୁଦ୍ଧା ୬ ବର୍ଷ ହେବା ଜରୁରୀ । ମାର୍ଚ୍ଚ ୩୧ ନୁହେଁ ସେପ୍ଟେମ୍ବର ୧ ସୁଦ୍ଧା ୬ ବର୍ଷ ହେଲେ ସ୍କୁଲରେ ନାମ ଲେଖାଇ ପାରିବେ । କେହି ପିଲା ଯେପରି ପାଠପଢାରୁ ବଂଚିତ ନ ହୁଅନ୍ତି ସେ ନେଇ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ମନ୍ତ୍ରୀ ।

ଅଧିକ ପଢନ୍ତୁ