ବଦଳିଲା ‘ଗ୍ରୀଷ୍ମକାଳୀନ ଅବକାଶ ଛୁଟି’ର ନାଁ । 

ସୁପ୍ରିମକୋର୍ଟର ବିଚାରପତିମାନଙ୍କୁ ଦିଆଯାଇଥିବା ଦୀର୍ଘ ଗ୍ରୀଷ୍ମ ଛୁଟି ବିଷୟରେ ସବୁବେଳେ ପ୍ରଶ୍ନ ଉଠେ। ବର୍ତ୍ତମାନ ଏ ଗୁଡିକ ପରିବର୍ତ୍ତନ କରି, ଦୀର୍ଘ ଛୁଟିଗୁଡିକ ଆଂଶିକ ଛୁଟିରେ ପରିଣତ ହୋଇଛି। ସୁପ୍ରିମକୋର୍ଟ ପକ୍ଷରୁ ଏକ ବିଜ୍ଞପ୍ତିରେ କୁହାଯାଇଛି, ଛୁଟି ଦିନ ୯୦ ଦିନରୁ ଅଧିକ ହେବ ନାହିଁ, ଏଥିରେ ରବିବାର ସାମିଲ ନାହିଁ। ପୂର୍ବରୁ ଏହି ସଂଖ୍ୟା ୧୦୩ ଥିଲା। କିନ୍ତୁ ଏବେ ଏହି ଶବ୍ଦ ସୁପ୍ରିମକୋର୍ଟ କ୍ୟାଲେଣ୍ଡରରୁ ହଟାଇ ଦିଆଯାଇଛି। ଚଳିତ ବର୍ଷ ପ୍ରକାଶ ପାଇଥିବା ସୁପ୍ରିମ କୋର୍ଟ କ୍ୟାଲେଣ୍ଡର(୨୦୨୫) ରେ ଅବକାଶକାଳୀନ ଛୁଟି ଶବ୍ଦକୁ ହଟାଇ ଦିଆଯାଇଛି। ଏହା ପରିବର୍ତ୍ତେ ଆଶିଂକ ଅଦାଲତ କାର୍ଯ୍ୟ ଦିବସ ଆସନ୍ତା ବର୍ଷ ୨୬ ମେ’ ରୁ ଆରମ୍ଭ ହୋଇ ଜୁଲାଇ ୧୪ ତାରିଖରେ ଶେଷ ହେବ ।ବିଭିନ୍ନ ମହଲରୁ ବିଚାରପତିମାନେ ଦୀର୍ଘ ସମୟ ଛୁଟି ନେଇଥିବା ସମାଲୋଚନାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟଙ୍କ ଦ୍ୱାରା କରାଯାଇଥିବା ପରିବର୍ତ୍ତନ ଗୁରୁତ୍ୱପୂର୍ଣ୍ଣ। ଉଚ୍ଚତନ ନ୍ୟାୟଳୟ ନିୟମ, ୨୦୧୩ରେ ସଂଶୋଧନର ଏକ ଅଂଶ ଥିଲା, ଯାହା ବର୍ତ୍ତମାନ ଅଧିସୂଚିତଉଚ୍ଚତମ ନ୍ୟାୟାଳୟ (ଦ୍ୱିତୀୟ ସଂଶୋଧନ) ନିୟମ, ୨୦୨୪ରେ ନଭେମ୍ବର ୫ରେ ସୂଚିତ ହୋଇଛି।

ଅଧିକ ପଢନ୍ତୁ