ବଦଳିଲା ‘ମୋ ସ୍କୁଲ ଅଭିଯାନ’ ନାଁ ବର୍ତମାନ ଏହି ନାମ ରହିବ

ଗଣଶିକ୍ଷା ବିଭାଗର ମୋ ସ୍କୁଲ ଅଭିଯାନ ନାଁ ବଦଳିଲା। ୨୦୧୭ରୁ ଆରମ୍ଭ ହୋଇଥିବା ମୋ ସ୍କୁଲ ଅଭିଯାନ ନାଁ ବଦଳି ପଞ୍ଚଶଖା ଶିକ୍ଷା ସେତୁ ନୂଆ ଯୋଜନା ହୋଇଛି। ଏନେଇ ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନକୁ ଗଣଶିକ୍ଷା ବିଭାଗ ଚିଠି ଲେଖିଛି।ତେବେ ବିଜେପି ସରକାର ଆସିବା ପରଠାରୁ ପ୍ରତ୍ୟକ ଯୋଜନା ର ନାମ ପରିବର୍ତନ କରିବାରେ ଲାଗିଛି | ଯେମିତି କାଳିଆ ଯୋଜନାର ନାମ ପରିବର୍ତ୍ତନ କରି ମୁଖ୍ୟମନ୍ତ୍ରୀ-କିଷାନ ଯୋଜନା ଏହାବ୍ୟତୀତ ଆମ ଓଡ଼ିଶା ଓ ନବୀନ ଓଡ଼ିଶାକୁ ଯଥାକ୍ରମେ ବିକଶିତ ଗାଁ ଓ କିକଶିତ ଓଡ଼ିଶା ନାମରେ ନାମିତ କରାଯାଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ମୋ ସ୍କୁଲ ଅଭିଯାନକୁ ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ ନାମରେ ନାମିତ କରାଯାଇଛି । ‘ମେକ୍ ଇନ୍ ଓଡ଼ିଶା’ର ନାମ ଏବେ ‘ଉତ୍କର୍ଷ ଉତ୍କଳ’ । କିନ୍ତୁ ଏହାକୁ ବିଜେଡି ନିନ୍ଦା କରିଛି | ଯୋଜନା ର ନାମ ପରିବର୍ତନ କଲେ ରାଜ୍ୟର ବିକାଶ ହେବନି ତେଣୁ ନିର୍ବାଚନୀ ପ୍ରତିଶୃତି ଅନୁସାରେ କାର୍ଯ୍ୟ କଲେ ଉନ୍ନତି ହେବ |

ଅଧିକ ପଢନ୍ତୁ

Odisha Darpan Digital