ଶେଷରେ ଚୌଦ୍ଵାର ଜେଲରକୁ ବଦଳି କରାଯାଇଛି। ଜେଲର ସନ୍ତୋଷିନୀ ଦାଶଙ୍କୁ ଚୌଦ୍ଵାର ଜେଲରୁ କଣ୍ଟାବାଞ୍ଜି ଉପକାରାଗାରକୁ ବଦଳି କରାଯାଇଛି। ସନ୍ତୋଷିନୀଙ୍କ ସ୍ଥାନରେ କଣ୍ଟାବାଞ୍ଜି ସବଜେଲ୍ର ଜେଲର ତଥା ଅଧୀକ୍ଷକ ରଘୁରାଜ ମାଝୀଙ୍କୁ ନିଯୁକ୍ତ କରାଯାଇଛି। ଏଣିକି ରଘୁରାଜ ଚୌଦ୍ଵାର କାରାଗାରର ଜେଲର ଭାବେ ଦାୟିତ୍ଵ ନିର୍ବାହ କରିବେ। ଏ ନେଇ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇ ସୂଚନା ଦିଆଯାଇଛି। ଅନ୍ୟପଟେ ଗୁମର ଖୋଲିଲେ ଜେଲ୍ ଡିଆଇଜି ଅନୁସୟା ଜେନା । କହିଲେ, ଡ୍ୟୁଟିରେ ଅବହେଳା କରିଥିଲେ ଜେଲ୍ ସୁପରିଡେଣ୍ଡେଣ୍ଟ ଓ ଜେଲର । ତେବେ ୨ କଏଦୀ ଚମ୍ପଟ୍ ଘଟଣାରେ ଚିଫ୍ ୱାର୍ଡର୍ ଭଗତ ରାମ୍ ଓ ୱାର୍ଡର୍ ସିଦ୍ଧାନ୍ତ ସାହୁଙ୍କୁ ନିଲମ୍ବନ କରାଯାଇଥିଲା । କାର୍ଯ୍ୟରେ ଅବହେଳା ପାଇଁ ୨ ଜଣଙ୍କୁ ନିଲମ୍ୱନ କରିଥିଲେ ଜେଲ୍ ଡିଜି । ଦୁଇଟି ଭିନ୍ନ ଭିନ୍ନ ସେଲ୍ କାଟି ଫିଲ୍ମ ଷ୍ଟାଇଲରେ ୨ କଏଦି ଚୌଦ୍ବାର ଜେଲରୁ କେମିତି ଚମ୍ପଟ ମାରିଥିଲେ |
