ବଦଳି ପାଇଁ ଚାପ ପକାଇଲେ ହେବ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ।

ଆକ୍ସନ ମୋଡରେ ମୁଖ୍ୟ ଶାସନ ସଚିବ। ବଦଳି ପାଇଁ ଚାପ ପକାଇଲେ ହେବ କାର୍ଯ୍ୟାନୁଷ୍ଠାନ। ବଦଳି ଏବଂ ପୋଷ୍ଟିଂ ପାଇଁ ଆଉ ପକାଇ ହେବନି ଚାପ। ମେରିଟ୍ ଲିଷ୍ଟକୁ ଦୃଷ୍ଟିରେ ରଖି ନିୟମ ଅନୁସାରେ ପୋଷ୍ଟିଂ କରାଯିବ। ସରକାର ଏ ନେଇ କଡା ମନୋଭାବ ପୋଷଣ କରିଛନ୍ତି । ଏନେଇ ସବୁ ବିଭାଗର ସଚିବମାନଙ୍କୁ ଚିଠି କଲେ ମୁଖ୍ୟ ଶାସନ ସଚିବ । କିଛି କର୍ମଚାରୀ ବଦଳି ବା ପୋଷ୍ଟିଂ ପାଇଁ ପ୍ରଭାବ ପକାଉଥିବା ଦେଖାଯାଉଛି । ଯାହାଫଳରେ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି । ଏହା ସରକାରୀ ଚାକିରିର ସର୍ଭିସ କଣ୍ଡକ୍ଟ ରୁଲ୍‌ ଉଲ୍ଲଂଘନ କରୁଛି ବୋଲି କହିଛନ୍ତି ସରକାର । ପ୍ରଶାସନିକ ଆବଶ୍ୟକତା ଅନୁସାରେ ବଦଳି ବା ପୋଷ୍ଟିଂ କରାଯାଇଥାଏ । ମେରିଟ୍‌କୁ ଦୃଷ୍ଟିରେ ରଖି ବିଧି ବ୍ୟବସ୍ଥା ଅନୁସାରେ ପୋଷ୍ଟିଂ କରାଯାଇଥାଏ । ବଦଳି ବା ପୋଷ୍ଟିଂ ପାଇଁ ଚାପ ପକାଇଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସରକାର କହିଛନ୍ତି ।

ଅଧିକ ପଢନ୍ତୁ