ବିଧାନସଭାରେ ସାମ୍ବାଦିକଙ୍କୁ ମୋବାଇଲ୍ ମନା

ବିଧାନସଭା ପ୍ରେସ୍ ଗ୍ୟାଲେରୀରେ ସାମ୍ବାଦିକଙ୍କୁ ମୋବାଇଲ୍ ମନା । ସାଙ୍ଗରେ ମୋବାଇଲ ନେଇ ପାରିବେ ନାହିଁ ସାମ୍ବାଦିକ । ପ୍ରଶ୍ନକାଳରେ ଯେତେବେଳେ ମନ୍ତ୍ରୀମାନେ ବିଧାୟକମାନଙ୍କର ପ୍ରଶ୍ନର ଉତ୍ତର ରଖୁଛନ୍ତି, ସେହି ସମୟରେ ସାମ୍ବାଦିକଙ୍କ ଉପରେ ଲାଗିଛି କଟକଣା । ଗୃହରେ କାଲିର ଘଟଣା ପରେ ସାମ୍ବାଦିକଙ୍କୁ ମୋବାଇଲ୍ ବାରଣ କରାଯାଇଛି । ଏହାର ପ୍ରତିବାଦ କରିଛନ୍ତି ସାମ୍ବାଦିକ । ବିଧାନସଭା ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଛନ୍ତି ସାମ୍ବାଦିକ ।

ଅଧିକ ପଢନ୍ତୁ