ଓଡିଶାରେ ଭାରତ ବନ୍ଦର ପ୍ରଭାବ ବିଶେଷ ପଡି ନାହିଁ ଏଭଳି କିଛି କହିଛନ୍ତି, ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ।ଆହୁରି କହିଛନ୍ତି, ପ୍ରାୟତଃ ଗାଡି ଘୋଡା ଚାଲୁଛି , ବନ୍ଦର ବିଶଷ ପ୍ରଭାବ ପଡିନାହିଁ । ଟୋକା ପଞ୍ଝାଏ ବୁଲୁଛନ୍ତି, ବନ୍ଦ ପାଇଁ ଯାଉଛନ୍ତି । ତେବେ ବନ୍ଦ ନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ବୟାନକୁ ନେଇ କଡ଼ା କାଉଣ୍ଟର କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ। ସେ କହିଛନ୍ତି, ବିଜୁ ଶ୍ରମିକ ସାମ୍ମୁଖ୍ୟ ସମର୍ଥନ ଜଣାଇଛି, ଦେଶରେ ଶ୍ରମିକଙ୍କ ସଂଖ୍ୟା ଅଧିକ। ଶାସକ ଦଳରେ ରହିଲେ, ସବୁ ଠିକ୍ ଲାଗିବ ବୋଲି କହିଛନ୍ତି ଅରୁଣ। ସେ କହିଛନ୍ତି, ସାଧାରଣ ଲୋକେ ସରକାରଙ୍କୁ ପ୍ରଶ୍ନ କରିବା ଆରମ୍ଭ କଲେଣି।ସୂଚନାଥାଉକି ଆଜି ଦେଶବ୍ୟାପୀ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଶ୍ରମ କୋଡ ରଦ୍ଧ ଦାବିରେ କେନ୍ଦ୍ରୀୟ ଟ୍ରେଡ ୟୁନିଅନ ମିଳିତ ମଞ୍ଚ ଧର୍ମଘଟ ଡାକରା ଦେଇଛନ୍ତି । ୨୧ ନଭେମ୍ବର ୨୦୨୫ ରେ ନୂଆ ଶ୍ରମ କୋଡ୍ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏହାକୁ ବିରୋଧ କରି ଆସୁଛନ୍ତି ବିଭିନ୍ନ ଶ୍ରମିକ ସଂଗଠନ । ସରକାରଙ୍କ “ଇଜ୍ ଅଫ୍ ଡୁଇଙ୍ଗ୍ ବିଜନେସ୍”କୁ ଆଗକୁ ବଢ଼ାଇବା ପାଇଁ ଶ୍ରମିକଙ୍କ ରକ୍ତ ଶୋଷଣ କରି କର୍ପୋରେଟ୍ ଓ ମାଲିକମାନଙ୍କୁ ଅତ୍ୟଧିକ ଲାଭ ଦେବା ଏହାର ଲକ୍ଷ୍ୟ ବୋଲି ଅଭିଯୋଗ କରି ଆସୁଛନ୍ତି ।
