ବନ୍ଦେ ଭାରତର ବନ୍ଦ ରହିବା ତାରିଖ ବଦଲିଲା ।

ପରିବର୍ତ୍ତନ ହେଲା ବନ୍ଦେ ଭାରତର ବନ୍ଦ ରହିବା ତାରିଖ । ପୁରୀ-ରାଉରକେଲା-ପୁରୀ ବନ୍ଦେ ଭାରତ ଆଉ ଶନିବାର ଦିନ ବନ୍ଦ ରହିବନି । ଏହି ବାରକୁ ପରିବର୍ତ୍ତନ କରାଯାଇ ମଙ୍ଗଳବାର କରାଯାଇଛି । ଏଣିକି ଶନିବାର ବଦଳରେ ମଙ୍ଗଳବାର ବନ୍ଦ ରହିବ ବନ୍ଦେ ଭାରତ ।ଟ୍ରେନଟି ଜୁନ୍ ୭, ୨୦୨୫ରୁ ପ୍ରତି ଶନିବାର ଦିନ ଚଳାଚଳ ଆରମ୍ଭ କରିବ। ତେବେ କୌଣସି ଷ୍ଟେସନରେ ଟ୍ରେନର ପୂର୍ବରୁ ଥିବା ସମୟ ଏବଂ ସ୍ଥିରୀକୃତ ରହଣିରେ କୌଣସି ପରିବର୍ତ୍ତନ ହୋଇନାହିଁ। ସଂଶୋଧିତ ସାପ୍ତାହିକ ଛୁଟିର ଲକ୍ଷ୍ୟ ଯାତ୍ରୀଙ୍କ ଚାହିଦା ଏବଂ ପରିଚାଳନାଗତ ଆବଶ୍ୟକତା ସହିତ ଭଲ ଭାବରେ ସମନ୍ୱୟ ସ୍ଥାପନ କରିବ।

ଅଧିକ ପଢନ୍ତୁ

kc ads