ପ୍ରେମ ପାଇଁ ଚାଲିଗଲା ୨ ଜୀବନ । କଟକ ଜିଲ୍ଲା ମାହାଙ୍ଗାରେ ଯୁବକ ଯୁବତୀ ଆତ୍ମହତ୍ୟା କରିଛନ୍ତି । ଭଡ଼ା ଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି ମୃତଦେହ ।ଘଟଣାସ୍ଥଳରେ ମାହାଙ୍ଗା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ମାହାଙ୍ଗା ଥାନା ଖନ୍ଦୋଳ ଗ୍ରାମରେ ଭଡାରେ ରହୁଥିବା ନର୍ସ ଓ ତାଙ୍କ ପୁରୁଷ ବନ୍ଧୁଙ୍କ ମୃତଦେହ ଉଦ୍ଧାର ହୋଇଛି । ତାଙ୍କ ଘର ସାଲେପୁର ଥାନା ଅଞ୍ଚଳରେ ବୋଲି ସୂଚନା ମିଳିଛି । ସେ ଏକ ସରକାରୀ ମେଡିକାଲରେ କାର୍ଯ୍ୟରତ ଥିଲେ । ପୁରୁଷ ବନ୍ଧୁଙ୍କ ଘର ସାଲେପୁର ଅଞ୍ଚଳରେ ବୋଲି ଜଣାପଡିଛି । ତେବେ ଏହା ପ୍ରେମଜନିତ ଆତ୍ମହତ୍ୟା ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି । ତେବେ ଦୁଇ ଜଣ ବେକରେ ରଶି ଲଗାଇ ଝୁଲି ପଡ଼ିଥିବା ଦେଖିବାକୁ ମିଳିଥିଲା l ନର୍ସ ଜଣକ ୭ ଦିନ ହେବ ଘର ଭଡା ନେଇଥିବା ପଡୋଶୀ କହିଛନ୍ତି ।
