ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ଆଉ ୨ଟି ଗେଟ୍ ।

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ଆଉ ୨ଟି ଗେଟ୍ । ଦୁଇଟି ଗେଟ୍ ବନ୍ଦ ହେବା ପରେ ୧୨ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ଜଳଭଣ୍ଡାରର ବାମ ପଟରୁ ୮ଟି ଓ ଡାହାଣ ପଟରୁ ୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଥିବା ଜଣାପଡିଛି ।ସୂଚନାନୁଯାୟୀ, ଜୁଲାଇ ୩୧ରେ ହୀରାକୁଦ ଡ୍ୟାମ୍‌‌ର ଆଉ ୪ଟି ଗେଟ୍‌‌ ବନ୍ଦ କରାଯାଇଥିଲା। ଫଳରେ ୧୪ଟି ଗେଟ ମଧ୍ୟ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିଲା। ଡ୍ୟାମର ବାମପାର୍ଶ୍ୱରେ ୧୦ଟି ଏବଂ ଡାହାଣ ପାର୍ଶ୍ୱରେ ୪ଟି ଗେଟ୍‌‌ ଖୋଲା ରହିଥିଲା।

ଅଧିକ ପଢନ୍ତୁ