ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ବନ୍ୟଜନ୍ତୁ ଆକ୍ରମଣରେ ପୂର୍ବରୁ ମିଳୁଥିବା ମୃତ୍ୟୁକାଳୀନ ସହାୟତା ରାଶିକୁ ୬ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଗ୍ରାମ ଗୁଡିକରେ ସାଧାରଣତଃ ବନ୍ୟଜନ୍ତୁ ଆକ୍ରମଣର ନଜିର ଅଧିକ ରହିଥାଏ। ବନ୍ୟଜନ୍ତୁ ଆକ୍ରମଣରେ ଧନଜୀବନ ନଷ୍ଟ ହୋଇଥାଏ। ଏ ସବୁକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ କ୍ଷତିଗ୍ରସ୍ତ ଲୋକଙ୍କ ସହାୟତା ରାଶି ବୃଦ୍ଧି କରିଛନ୍ତି।ବନ୍ୟଜନ୍ତୁ ଘର ଭାଙ୍ଗିଲେ ଅନ୍ତ୍ୟୋଦୟ ଘର ବା ସମାନ ଆର୍ଥିକ ରାଶି ମିଳିବ। ରୋଷେଇ ଘର, ଧାନ ରହୁଥିବା ଘର, ଗୁହାଳ ଭାଙ୍ଗିଲେ ୩ ହଜାର ଟଙ୍କା ମିଳିବ।
ଏଥିସହ ପକ୍କା ପାଚେରି ଭାଙ୍ଗିଲେ ମିଟର ପିଛା ୫ ହଜାର, ସର୍ବାଧିକ ୨୫ ହଜାର ଟଙ୍କା ମିଳିବ।ଉଲ୍ଲେଖ ଥାଉ କି ଗତ ପାଞ୍ଚ ବର୍ଷ ମଧ୍ୟରେ ଓଡ଼ିଶାରେ ମଣିଷ-ବନ୍ୟପ୍ରାଣୀ ସଂଘର୍ଷର ବୃଦ୍ଧି ପାଉଥିବା ଘଟଣା ଯୋଗୁଁ ୭୯୯ ଜଣଙ୍କ ଜୀବନ ଯାଇଛି। ମୃତକଙ୍କ ବ୍ୟତୀତ, ଏହି ସମୟ ମଧ୍ୟରେ ହାତୀ ଏବଂ ଅନ୍ୟାନ୍ୟ ବନ୍ୟପ୍ରାଣୀଙ୍କ ଆକ୍ରମଣରେ ୧୯୬୨ ଜଣ ଆହତ ହୋଇଛନ୍ତି |