ବନ୍ୟାପାଣିରେ ଜରୁରୀ ଅବତରଣ କଲା ବାୟୁସେନା ହେଲିକପ୍ଟର

ବିହାରର ବନ୍ୟା ପ୍ରଭାବିତ ଅଞ୍ଚଳରେ ଆଜି ଆକାଶ ମାର୍ଗରୁ ରିଲିଫ ସାମଗ୍ରୀ ପକାଇବାକୁ ଯାଇଥିବା ଭାରତୀୟ ବାୟୁ ସେନାର ଏକ ହେଲିକପ୍ଟର ବିପଜ୍ଜନକ ଭାବେ ବନ୍ୟା ପାଣିରେ ଅବତରଣ କରିବାକୁ ବାଧ୍ୟ ହୋଇଛି। ବିମାନରେ ଥିବା ଦୁଇ ଜଣ ପାଇଲଟଙ୍କ ସମେତ ତିନି ଜଣ ଲୋକ ଦୁର୍ଘଟଣା ପରେ ସୁରକ୍ଷିତ ଅଛନ୍ତି। ସୂଚନା ଅନୁଯାୟୀ, ଏହି ଘଟଣା ଅରାଇର ମଧୁବନ୍ ବେସିରେ ଘଟିଛି। ଏହି ହେଲିକପ୍ଟରଟି ଉପରୁ ରିଲିଫ ସାମଗ୍ରୀ ପକାଉଥିବା ବେଳେ ଏହାର ଏକ ବ୍ଲେଡ୍ ଭାଙ୍ଗି ଯାଇଥିଲା। ତେବେ ଉପସ୍ଥିତ ବୁଦ୍ଧି ଯୋଗୁ ପାଇଲଟ ହେଲିକପ୍ଟରଟିକୁ ଏକ ଜଳାର୍ଣ୍ଣବ ସ୍ଥାନରେ ଅବତରଣ କରାଇଥିଲେ। ଲ୍ୟାଣ୍ଡିଂ ବେଳେ ହେଲିକପ୍ଟରଟି ପାଣିରେ ପ୍ରାୟ ଅଧା ବୁଡ଼ି ଯାଇଥିଲା।ଦୁର୍ଘଟଣା କିପରି ହେଲା ଏବଂ ଏଥିପାଇଁ କିଏ ଦାୟୀ ତାହାର ତଦନ୍ତ ଜାରି ରହିଛି। ବାୟୁସେନା ବର୍ତ୍ତମାନ ସୁଦ୍ଧା ଏ ସମ୍ପର୍କରେ କୌଣସି ସୂଚନା ପ୍ରଦାନ କରିନାହିଁ।

ଅଧିକ ପଢନ୍ତୁ