ବନ୍ୟାସ୍ଥିତି ବାବଦରେ ରାଜ୍ୟପାଳଙ୍କୁ ଅବଗତ କରାଇଲେ ମନ୍ତ୍ରୀ ସୁରେଶ ପୂଜାରୀ

ରାଜଭବନରେ ଯାଇ ରାଜ୍ୟରେ ବନ୍ୟା ସ୍ଥିତି ବାବଦରେ ରାଜ୍ୟପାଳଙ୍କୁ ଅବଗତ କରାଇଲେ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ରାଜ୍ୟପାଳଙ୍କ ସହ ବୈଠକ ପରେ ମନ୍ତ୍ରୀ ଯାଜପୁର ବନ୍ୟାଞ୍ଚଳ ପରିଦର୍ଶନରେ ଯିବେ । ଯାଜପୁର ଜିଲ୍ଲା ଗସ୍ତ ପୂର୍ବରୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା । ଯାଜପୁରକୁ ଛାଡ଼ି ବାକି ସବୁ ଜିଲ୍ଲାରେ ସ୍ଥିତି ପ୍ରାୟ ସ୍ବାଭାବିକ ହେଲାଣି । ଯାଜପୁରରେ ଘାଇ ସୃଷ୍ଟି ହୋଇଛି, ୩୦/୪୦ ଗାଁ ପ୍ରଭାବିତ ।୫ ହଜାରରୁ ଅଧିକ ଲୋକ ବନ୍ୟା ରିଲିଫ ସେଣ୍ଟରରେ ଅଛନ୍ତି । ରୋଷେଇ ଖାଦ୍ୟ ଦିଆଯାଉଛି । ଔଷଧ ବ୍ୟବସ୍ଥା ମଧ୍ୟ କରାଯାଇଛି । ଜରୁରୀ ଖାଦ୍ୟ ସାମଗ୍ରୀ ମଧ୍ୟ ବ୍ୟବସ୍ଥା କରାଯାଇଛି । ମେଡ଼ିକାଲ ଟିମ୍ ରିଲିଫ ସେଣ୍ଟରରେ ରହି ସ୍ବାସ୍ଥ୍ୟ ପରୀକ୍ଷା କରୁଛନ୍ତି ।ଜଳସମ୍ପଦ ବିଭାଗ, ବିପର୍ଯ୍ୟୟ ପରିଚାଳନାର ଅଧିକାରୀ, ଜିଲ୍ଲା ପ୍ରଶାସନ ମଧ୍ୟ ଆମ ସହିତ ରହି ସ୍ଥିତି ସମୀକ୍ଷା କରିବେ । ଘାଇ ମରାମତି କରି ଯେତେ ଶୀଘ୍ର ହେବ ସ୍ୱାଭାବିକ ସ୍ଥିତି ଆଣିବା ପାଇଁ ଚେଷ୍ଟା କରିବୁ । ଗୋ-ସମ୍ପଦ, ପଶୁ ପକ୍ଷୀ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ପାଣି କମିଯିବା ପରେ କ୍ଷୟକ୍ଷତି ଆକଳନ ଆରମ୍ଭ ହେବ । ଫସଲ, ଘରବାଡ଼ି କେତେ କ୍ଷତି ହୋଇଛି । ଆକଳନର ରିପୋର୍ଟ ଆସିବା ପରେ କ୍ଷତିପୂରଣ ରାଶି ଦେବାକୁ ଅନଲାଇନରେ ଦୁଇ ମିନିଟ୍ ସମୟ ଲାଗିବ ।

ଅଧିକ ପଢନ୍ତୁ