ବରଗଡ଼ରେ ପେଟ୍ରୋଲ ଢାଳି ନାବାଳିକାଙ୍କ ଆତ୍ମହତ୍ୟା ଉଦ୍ୟମ

ବାଲେଶ୍ୱର, ବଳଙ୍ଗା, କେନ୍ଦ୍ରାପଡ଼ା ପରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଗାଇସିଲଟ ଥାନା ଅନ୍ତର୍ଗତ ଫିରିଙ୍ଗିମାଲ ଗ୍ରାମରୁ ସୋମବାର ସକାଳେ ଏକ ଲୋମ ଟାଙ୍କୁରା ଘଟଣା ଘଟିଛି।ଫୁଟବଲ ପଡ଼ିଆରୁ ଅର୍ଦ୍ଧଦଗ୍ଧ ନାବାଳିକା ଠାବ। ବରଗଡ଼ ଗାଏସିଲଟ ଥାନା ଫିରିଙ୍ଗିମାଲ ଗାଁରେ ଚାଞ୍ଚଲ୍ୟ। ଗୁରୁତର ଅବସ୍ଥାରେ ଫୁଟବଲ୍ ପଡ଼ିଆରୁ ଛାତ୍ରୀ ଉଦ୍ଧାର।ଜଣେ ୧୩ ବର୍ଷୀୟା ନାବାଳିକା ଘରଠାରୁ ଅନତିଦୂରରେ ରହିଥିବା ଖେଳପଡ଼ିଆ ମଝିରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଗାଇସିଲେଟ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଛନ୍ତି। ତେବେ ଆତ୍ମହତ୍ୟା ଉଦ୍ୟମର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।

ଅଧିକ ପଢନ୍ତୁ