ବରଗଡ଼ ଧନୁଯାତ୍ରା , ଆଖଡ଼ାରେ ଅଭିନୟ ଅଭ୍ୟାସ କଲେ କଳାକାର

ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଜାନୁଆରୀ ୩ତାରିଖରୁ ଆରମ୍ଭ ହେବ। ଦୀର୍ଘ ୧୧ଦିନ ବ୍ୟାପି ୧୩ ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିବ। ଏଥିପାଇଁ ସୋମବାରରୁ ବରଗଡ଼ ଗାନ୍ଧୀଛକ ନିକଟ କଲ୍ୟାଣ ମଣ୍ଡପରେ କଳାକାରଙ୍କ ରିହର୍ସଲ (ପୂର୍ବାଭ୍ୟାସ)ର ଶୁଭାରମ୍ଭ ହୋଇଛି।୧୪ ଗୋଟି ରଙ୍ଗମଞ୍ଚରେ ଅଭିନୟ କରିବେ କଳାକାର। ବରଗଡ଼ ଧନୁଯାତ୍ରାରେ ଦର୍ଶକ ମଧ୍ୟ ଜଣେ ଜଣେ କଳାକାର ପାଲଟି ଯାଇଥାନ୍ତି।ଚଳିତ ବର୍ଷ ଧନୁଯାତ୍ରାକୁ ଆହୁରି ଆକର୍ଷଣ କରିବା ପାଇଁ ଜୋରଦାର ପ୍ରସ୍ତୁତ ହୋଇଛି।

ଧନୁଯାତ୍ରା ପାଇଁ କଳାକାର ମାନେ ଆଖଡ଼ା ପ୍ରସ୍ତୁତ କାମରେ ଲାଗିପଡିଛନ୍ତି। ସୂଚନାଯୋଗ୍ୟ ଯେ, ଚଳିତବର୍ଷ ବରଗଡ଼ ଧନୁଯାତ୍ରା ୭୭ ବର୍ଷରେ ପଦାର୍ପଣ କରିଛି । ଜାନୁୟାରୀ ୦୩ ତାରିଖରୁ ଆରମ୍ଭ ହୋଇ ୧୩ ତାରିଖ ପର୍ଯ୍ୟନ୍ତ ମାନେ ୧୧ ଦିନ ଆୟୋଜିତ ହେବ ଏହି ବିଶ୍ୱ ପ୍ରସିଦ୍ଧ ମହୋତ୍ସବ। ଚଳିତ ବର୍ଷ ନୂତନ କଂସ ଭାବେ ଭୁବନେଶ୍ୱର ପ୍ରଧାନଙ୍କୁ ଚୟନ କରାଯାଇଥିବା ବେଳେ ଧନୁଯାତ୍ରାକୁ କିପରି ଅଧିକ ଆକର୍ଷଣୀୟ କରାଯାଇପାରିବ ସେନେଇ କଳାକାର ମଧ୍ୟ ନୂତନ ଡାଇଲଗ ଓ ନୂତନ ଅଭିନୟ ଦେଖାଇବା ପାଇଁ ଉତ୍ସାହିତ ଥିବା ଦେଖିବାକୁ ମିଳିଛି।

ଅଧିକ ପଢନ୍ତୁ

Odisha Darpan Digital