ବରଗଡ଼ ନାବାଳିକାଙ୍କ ମୃତ୍ୟୁ ଘଟଣା ନେଇ ଶୋକ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା

ବରଗଡ଼ ନାବାଳିକାଙ୍କ ମୃତ୍ୟୁ ଘଟଣା ନେଇ ଶୋକ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।  ଝିଅମାନେ ନିଜକୁ ଜାଳି ଜୀବନ ହାରିବା ଅତ୍ୟନ୍ତ ଦୁଃଖଦାୟକ ବୋଲି ନବୀନ କହିଛନ୍ତି । ଗୋଟିଏ ମାସରେ ୪ ଜଣ ଝିଅ ପ୍ରାଣ ହରାଇଛନ୍ତି । ଚାରି ଜଣଙ୍କ ମୃତ୍ୟୁ କୌଣସି ପୃଥକ ଘଟଣା ନୁହେଁ । ଅପରାଧର ଶିକାର ହେବା ପରେ ସେମାନଙ୍କ ମୃତ୍ୟୁ ଘଟୁଥିବା କହଛନ୍ତି ବିରୋଧୀ ଦଳ ନେତା । ସେମାନଙ୍କ ହତାଶା କେବଳ ବ୍ୟକ୍ତିଗତ ଟ୍ରାଜେଡି ନୁହେଁ । ପ୍ରତ୍ୟକ ଘଟଣାରେ ସେମାନଙ୍କ ଯନ୍ତ୍ରଣାକୁ ଶୁଣାଯାଇନାହିଁ ।

ବିଜେପି ସରକାର ବ୍ୟବସ୍ଥାରେ ଏପରି ଆତ୍ମବିଶ୍ବାସ ସୃଷ୍ଟି କରିବାରେ ବିଫଳ ଅଟେ ।  ଏଭଳି ହୃଦୟ ବିଦାରକ ଘଟଣା ବନ୍ଦ ପାଇଁ ସରକାର କେତେ ସମୟ ନେବେ ବୋଲି ପ୍ରଶ୍ନ କରିଛନ୍ତି ।  ସରକାରଙ୍କ ନୀରବତା ଓ ନିଷ୍କ୍ରିୟତା ପାଇଁ ଓଡ଼ିଶାର ଝିଅମାନେ ଅସୁରକ୍ଷିତ ବୋଲି ବିରୋଧୀ ଦଳ ନେତା ନବିନ କହିଛନ୍ତି ।

ଅଧିକ ପଢନ୍ତୁ