ବରଗଡ଼ ଧନୁଯାତ୍ରାରେ ବଦଳିଲେ ଶ୍ରୀକୃଷ୍ଣ, ବଳରାମ ଓ ଶ୍ରୀରାଧା

ବିଶ୍ଵ ପ୍ରସିଦ୍ଧ ବରଗଡ଼ ୭୭ ତମ ଧନୁଯାତ୍ରାରେ କୃଷ୍ଣ, ବଳରାମ ଓ ରାଧା ପାଇଁ କଳାକାର ଚୟନ ହୋଇଛି। ସ୍ଵପ୍ନିଲ ମହାପାତ୍ର କୃଷ୍ଣ ଭୂମିକାରେ ଅଭିନୟ କରିବାକୁ ଚୟନ ହୋଇଥିବା ବେଳେ ଦିବ୍ୟାଂଶୁ ବିର୍ତ୍ତିଆ ବଳରାମ ଏବଂ ସାଇନା ପ୍ରଧାନ ରାଧା ଭୂମିକାର ଅଭିନୟ କରିବେ।ସୂଚନାଥାଉକି, ଚଳିତବର୍ଷ ବରଗଡ଼ ଧନୁଯାତ୍ରା ୭୭ ବର୍ଷରେ ପଦାର୍ପଣ କରିଛି । ଜାନୁୟାରୀ ୦୩ ତାରିଖରୁ ଆରମ୍ଭ ହୋଇ ୧୩ ତାରିଖ ପର୍ଯ୍ୟନ୍ତ ଏଗାର ଦିନ ଆୟୋଜିତ ହେବ ମହୋତ୍ସବ । ଚଳିତ ବର୍ଷ ନୂତନ କଂସ ଭାବେ ଭୁବନେଶ୍ୱର ପ୍ରଧାନଙ୍କୁ ଚୟନ କରାଯାଇଥିବା ବେଳେ ଧନୁଯାତ୍ରାକୁ କିପରି ଅଧିକ ଆକର୍ଷଣୀୟ କରାଯାଇପାରିବ ସେନେଇ କଳାକାର ମଧ୍ୟ ନୂତନ ଡାଇଲଗ ଓ ନୂତନ ଅଭିନୟ ଦେଖାଇବା ପାଇଁ ଉତ୍ସାହିତ ଥିବା ଦେଖିବାକୁ ମିଳିଛି।

ଅଧିକ ପଢନ୍ତୁ