ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତିଙ୍କ ଦେହାନ୍ତ

ନାରାୟଣ ପତିଙ୍କର ଆଜି ମସ୍ତିଷ୍କାଘାତ କାରଣରୁ ହଠାତ୍ ପରଲୋକ ଘଟିଛି। ନ୍ୟାସନାଲ ସ୍କୁଲ୍ ଅଫ୍ ଡ୍ରାମାର କୃତୀ ଛାତ୍ର, ବିଖ୍ୟାତ ଚଳଚ୍ଚିତ୍ର, ମଞ୍ଚ ଓ ଟେଲିଭିଜନ ଅଭିନେତା, ନିର୍ମାତା ଓ ନିର୍ଦ୍ଦେଶକ ନାରାୟଣ ପତିଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି।ସେ ପ୍ରଥମେ ସଙ୍ଗୀତ ଲାଗି ଚର୍ଚ୍ଚିତ ଓଡ଼ିଆ ଛବି ‘ସମର ସଲିମ୍ ସାଇମନ୍’ରେ ଅଭିନୟ କରିଥିଲେ । ତେବେ ପ୍ରଖ୍ୟାତ ପ୍ରଯୋଜକ ବସନ୍ତ ନାୟକଙ୍କ ପ୍ରଯୋଜିତ ତଥା ପ୍ରସିଦ୍ଧ ନିର୍ଦ୍ଦେଶକ ମହମ୍ମଦ ମହସୀନଙ୍କ ନିର୍ଦ୍ଦେଶିତ ‘ଲକ୍ଷେ ଶିବ ପୂଜି ପାଇଚି ପୁଅ’(୧୯୯୪)ରେ ବାପା ଭୁମିକରେ ପ୍ରଭାବଶାଳୀ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ ।ସେ ଏକ ଓଡ଼ିଆ ସିନେମାର ବି ନିର୍ଦ୍ଦେଶନା ଦେଇଛନ୍ତି, ଯାହାର ଶୀର୍ଷକ ହେଲା ‘ବୋଉର ହାତବାକ୍ସ’। ସଂଜୟ ଦାସଙ୍କ ନିବେଦିତ ତଥା ଚାଇରୋସନା ଫିଲ୍ମସ୍ ପ୍ରଡକ୍ସନ୍ ବ୍ୟାନର୍ ନିର୍ମିତ ଆରତୀ ପାଟ୍ଟଯୋଶୀ ଏହାର କାହାଣୀ ଲେଖିଥିବା ବେଳେ ନାରାୟଣ ପତି ନିଜେ ଚିତ୍ରନାଟ୍ୟ ରଚନା ସାଙ୍ଗକୁ, ନିର୍ଦ୍ଦେଶନା ଦେବା ସହ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ବି ଅଭିନୟ କରିଥିଲେ। ଓଡ଼ିଆ ଘରର କାହାଣୀ, ଚଳଣି ଓ ପରମ୍ପରାକୁ ନେଇ ପାରିବାରିକ ଚଳଚ୍ଚିତ୍ରଟିଏ ଥିଲା ‘ବୋଉର ହାତବାକ୍ସ’।

ଅଧିକ ପଢନ୍ତୁ

Odisha Darpan Digital