ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ୫ଟି ଜିଲ୍ଲା ର ୭୭୫ ତୀର୍ଥଯାତ୍ରୀ ଓ ୨୫ଜଣ ଏସ୍କର୍ଟ ଅଯୋଧ୍ୟା ଓ ବାରାଣସୀ ଅଭିମୁଖେ ଯାତ୍ରା କରିଛନ୍ତି l ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଯୋଗଦେଇ ତୀର୍ଥ ଟ୍ରେନର ଉଦଘାଟନ କରିଥିଲେ l ବ୍ରହ୍ମପୁର ରେଳ ଷ୍ଟେସନ ରୁ ଏହାର ଶୁଭାରମ୍ଭ କରାଯାଇଥିଲା l ଗଞ୍ଜାମ,ଗଜପତି, ବୌଦ୍ଧ,ନୟାଗଡ଼ ଓ କନ୍ଧମାଳ ର ତୀର୍ଥଯାତ୍ରୀ ଯାତ୍ରା କରିଛନ୍ତି l ଗଜପତି ଜିଲ୍ଲାରୁ ୭୨ ,ନୟାଗଡ଼ ରୁ ୧୧୯, କନ୍ଧମାଳରୁ ୯୧ , ବୌଦ୍ଧ ରୁ ୫୫ ଓ ଗଞ୍ଜାମ ରୁ ୪୩୮ ଜଣ ତୀର୍ଥଯାତ୍ରୀ ସାମିଲ ହୋଇଛନ୍ତି l ସମସ୍ତ ତୀର୍ଥଯାତ୍ରୀ ଙ୍କୁ ଅଧିଷ୍ଠାତ୍ରୀ ମା ବୁଢ଼ୀ ଠାକୁରାଣୀ ପୀଠରୁ ବାହାରି ପବିତ୍ର ଗଙ୍ଗା ଘାଟ,ବାରାଣସୀର ଶୈବ ପୀଠ ,ଗଙ୍ଗା ଆଳତି ,କାଶୀ ବିଶ୍ଵନାଥ ପରିଦର୍ଶନ କରିବେ। ଶ୍ରୀ ରାମ ଲାଲ ଙ୍କ ସାନ୍ନିଧ୍ୟ ଲାଭ କରି ନିଜର ମନସ୍କାମନା ପୁରଣ କରି ଫେରିବେ ବୋଲି କହିଥିଲେ l ୫ ରାତି ଓ ଛଅ ଦିନ ଯାତ୍ରା ର ସୁଖମୟ ହେଉ ବୋଲି ପ୍ରଭୁ ଜଗନ୍ନାଥଙ୍କ ଠାରେ କାମନା କରିଥିଲେ l ସାଥିରେ ଯାଉଥିବା ଏସ୍କର୍ଟ ଅଧିକାରୀମାନଙ୍କୁ ତୀର୍ଥଯାତ୍ରୀଙ୍କ ଯେପରି କୌଣସି ଅସୁବିଧା ନହେବ ସେଥିପ୍ରତି ଧ୍ୟାନ ଦେବାକୁ ଅନୁରୋଧ କରିଥିଲେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା l
