ନୟାଗଡ଼,(ଓଡ଼ିଶା ଦର୍ପଣ): ଜିଲ୍ଲାର ବରିଷ୍ଠ ସାମ୍ବାଦିକ ତଥା ଦୈନିକ ଖବର କାଗଜ ‘ପ୍ରଗତିବାଦୀ’ର ଜିଲ୍ଲା ପ୍ରତିନିଧି ସୁବାସ ଚନ୍ଦ୍ର ମହାପାତ୍ରଙ୍କ ମାତା ହାର ଦେବୀଙ୍କ ବିୟୋଗ ଘଟିଛି। ଗତକାଲି ରାତ୍ର ୧୨ଟା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଉଥିଲା। ସେ ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ୫ ପୁଅ, ବୋହୁ ଏବଂ ନାତିନାତୁଣୀ ମାନେ ଉପସ୍ଥିତ ଥିଲେ। ପୁରୀ ସ୍ୱର୍ଗଦ୍ୱାର ଠାରେ ତାଙ୍କର ଅନ୍ତିମ ସଂସ୍କାର କରା ଯାଇଥିବା ବେଳେ ଜ୍ୟେଷ୍ଠ ପୁତ୍ର ରମେଶ ଚନ୍ଦ୍ର ମହାପାତ୍ର ମୁଖାଗ୍ନି ଦେଇଥିଲେ।