କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଏହାର ପରୀକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବାକୁ ପ୍ରସ୍ତୁତ ହେଉଛି । CBSE ନିଷ୍ପତ୍ତି ନେଇଛି ଯେ 2026 ରୁ ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର କରାଯିବ ।ଏହାର ଡ୍ରାଫ୍ଟ ଖୁବ୍ ଶୀଘ୍ର ପ୍ରକାଶିତ ହେବ, ଯାହା ଉପରେ ଲୋକଙ୍କଠାରୁ ପରାମର୍ଶ ଲୋଡାଯିବ।କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ୨୦୨୬-୨୭ ଶିକ୍ଷାବର୍ଷରୁ ବିଦେଶୀ ଛାତ୍ରଛାତ୍ରୀଙ୍କ ପାଇଁ ବିଶ୍ୱସ୍ତରୀୟ ପାଠ୍ୟକ୍ରମ ପ୍ରଚଳନ କରିବ। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ଏହି ଉଚ୍ଚସ୍ତରୀୟ ବୈଠକରେ CBSE ଗ୍ଲୋବାଲ୍ ସ୍କୁଲର ଅଧିକାରୀ ଏବଂ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ନୂତନ ପାଠ୍ୟକ୍ରମ ବିକଶିତ ଏବଂ କାର୍ଯ୍ୟକାରୀ କରିବା ପାଇଁ ଆବଶ୍ୟକ ଯୋଜନା ଏବଂ ପଦକ୍ଷେପ ବିଷୟରେ ପ୍ରଧାନ ଆଲୋଚନା କରିଥିଲେ।ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସଂସ୍କାରଗୁଡ଼ିକର ଗୁରୁତ୍ୱ ଉପରେ ଆଲୋକପାତ କରି କହିଥିଲେ ଯେ ଚାପମୁକ୍ତ ଶିକ୍ଷା ପରିବେଶ ସୃଷ୍ଟି କରିବା ପାଇଁ ଏଗୁଡ଼ିକ ଆବଶ୍ୟକୀୟ ପଦକ୍ଷେପ। ସେ କହିଥିଲେ, “ପରୀକ୍ଷା ସଂସ୍କାର ଏବଂ ପରିବର୍ତ୍ତନ ଏହି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ସଂସ୍କାରଗୁଡ଼ିକ ପରୀକ୍ଷା ସମ୍ବନ୍ଧୀୟ ଚାପ ହ୍ରାସ କରିବାରେ ସାହାଯ୍ୟ କରିବ ଏବଂ ଏକ ସନ୍ତୁଳିତ ମୂଲ୍ୟାଙ୍କନ ବ୍ୟବସ୍ଥା ସୁନିଶ୍ଚିତ କରିବ।”