ମେୟର ସୁଲୋଚନା ଦାସ କଡ଼ା ଟିପ୍ପଣୀ ଦେଇଛନ୍ତି। ଶ୍ରୀମତୀ ଦାସ ରାଜ୍ୟ ସରକାରଙ୍କୁ ସମାଲୋଚନା କରି କହିଛନ୍ତି, ୫ ହଜାର ଟଙ୍କାରେ ମହିଳା ଆତ୍ମନିର୍ଭରଶୀଳ ହେବା ସମ୍ଭବ ନୁହେଁ।ଏକାଥରକେ ୫୦ ହଜାର ଟଙ୍କା ନମିଳିଲେ ଆତ୍ମନିର୍ଭରଶୀଳ ହୋଇ ପାରିବ ନାହିଁ । ବିଜେପି ସରକାର ୫୦ ହଜାର ଟଙ୍କା ୨ ବର୍ଷରେ ଦେବେ ବୋଲି କହିଥିଲେ । ଯଦି ୨ ବର୍ଷରେ ଦେଇଥାନ୍ତେ ଲାଭ ହୋଇଥାନ୍ତା । ପୂର୍ବ ସରକାର ମିଶନ ଶକ୍ତି ଜରିଆରେ ଏସ୍ଏଚ୍ଜି ଦେଢ଼ ଲକ୍ଷ ଟଙ୍କା ଦେବା ସହିତ ମୁକ୍ତା ଯୋଜନାରେ ବହୁ ମହିଳାଙ୍କୁ ଟଙ୍କା ଦେଇଥିଲେ । କାମରେ ଆସୁଥିଲା ।