ବର୍ଷାଦିନରେ ସାପକୁ ସାବଧାନ୍ ! ସାପ କାମୁଡ଼ିଲେ କଣ କରିବେ ?

ସାଧାରଣତଃ ଲୋକ ସାପ ଦେଖିଲେ ଡରି ଯାଆନ୍ତି କିମ୍ବା ସେଠୁ ଡରିକି ପଳାନ୍ତି। ଯଦିଓ ସେମାନଙ୍କୁ ଜଣା ନଥାଏ କି ସାପ କାମୁଡ଼ିଲେ ତୁରନ୍ତ କଣ କରିବା ଦରକାର । ଆଜି ଏହା ଜାଣନ୍ତୁ । ସୂଚନାମୁତାବକ ସାପ କାମୁଡ଼ାରେ ୨୦୨୩-୨୪ରେ ୧୧୫୦ ଏବଂ ୨୦୨୪-୨୫ରେ ୭୦୯ ଜଣଙ୍କ ପ୍ରାଣହାନୀ ହୋଇଛି । ହେଲେ କାହିଁକି ସାପ ସାଜୁଛି ଘାତକ ? ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା କଥା, ଲୋକଙ୍କ ଅସାବଧାନତା, ଅସଚେତନତା ଏବଂ ଚିକିତ୍ସାରେ ଅହେତୁକ ବିଳମ୍ବ । ସାପ କାମୁଡାର ପ୍ରଥମ ୩-୪ ଘଣ୍ଟା ବେଶ୍ ଗୁରୁତ୍ବପୂର୍ଣ୍ଣ ।ଯଦି ସାପ କାମୁଡିବା ସମୟରେ ଏକା ଅଛନ୍ତି, ତେବେ ତୁରନ୍ତ ଆମ୍ବୁଲାନ୍ସକୁ କଲ କରନ୍ତୁ । ନଚେତ ଆଖପାଖ ଲୋକଙ୍କଠାରୁ ସାହାଯ୍ୟ ନେଇ ତୁରନ୍ତ ହସ୍ପିଟାଲରେ ପହଞ୍ଚି ଯାଆନ୍ତୁ । ଯଦି ଡାକ୍ତରଙ୍କୁ କାମୁଡିଥିବା ସାପର ଲମ୍ବ, ରଙ୍ଗ, ଗର୍ଦନର ରେଖା ଆଦି ବିଷୟରେ ଜଣାଇ ଦିଆଯାଏ, ତେବେ ଏହାର ଚିକିତ୍ସା କରିବା ବହୁତ ସହଜ ହୋଇଯାଏ ।

ବିଷ ଶରୀରକୁ ବିସ୍ତାର ନହେବା ପାଇଁ ଅନେକ ଲୋକ ସାପ କାମୁଡ଼ିବା ଯାଗା ଉପରେ ଏକ ଦଉଡି ବାନ୍ଧନ୍ତି । ଏହା ବିଷ ଶରୀରରେ ବ୍ୟାପିବାରୁ ରୋକିପାରେ ବୋଲି ବିଶ୍ବାସ ରହିଛି। କିନ୍ତୁ ଏହା କରିବା ବିପଜ୍ଜନକ ଅଟେ। କାରଣ ରକ୍ତ ସଞ୍ଚାଳନର ଅଭାବ ଆପଣଙ୍କ ଅଙ୍ଗକୁ କ୍ଷତି ପହଞ୍ଚାଇପାରେ ।

ଆୟୁର୍ବେଦିକ ବିଶେଷଜ୍ଞଙ୍କ ଅନୁଯାୟୀ, ସାପ କାମୁଡ଼ିବା ପରେ ତୁରନ୍ତ ଘିଅ ଖାଇବାକୁ ଦିଆଯିବା ଉଚିତ ଏବଂ ବିଷ ଭିତରକୁ ବିସ୍ତାର ନହେବା ପାଇଁ ବାନ୍ତି କରିବା ଉଚିତ୍। ଏହା ବ୍ୟତୀତ କୁହାଯାଏ ଯେ ସାପ କାମୁଡ଼ିଥିବା ବ୍ୟକ୍ତିଙ୍କୁ ବାନ୍ତି ସୃଷ୍ଟି କରିବା ପାଇଁ ୧୦ ରୁ ୧୫ ଥର ଗରମ ଖାଦ୍ୟ ଦିଆଯିବା ଉଚିତ୍।

ଏହା ବ୍ୟତୀତ, ସାପର ବିଷ ଜାଣିବା ପାଇଁ ଲୋକଙ୍କୁ ଲଙ୍କା ଖାଇବାକୁ ଦିଆଯାଏ। ଯଦି ସାପ ବିଷାକ୍ତ, ତେବେ ବ୍ୟକ୍ତିକୁ ଲଙ୍କାର ରାଗ ଜଣା ପଡ଼ିବ ନାହିଁ। ଯଦି କାହାକୁ ଲଙ୍କା ରାଗ ଲାଗେ, ତେବେ ଜାଣିବେ ଯେ, ସାପଟି ଏତେ ବିଷାକ୍ତ ନୁହେଁ ।

ତେବେ ସାପ କାମୁଡ଼ା ରୋଗୀଙ୍କୁ ଚଲାଇ ଚଲାଇ ନୁହେଁ, ବରଂ କୌଣସି ଗାଡ଼ିରେ ଜଣଙ୍କ ସହାୟତାରେ ସିଧା ବସାଇ ଡାକ୍ତରଖାନା ନେଇଯିବେ ୨ ରୁ ୩ ଘଣ୍ଟା ଭିତରେ । ବର୍ଷାଦିନେ ଯତ୍ନବାନ ହେବା ଆବଶ୍ୟକ । କାରଣ ଏହି ସମୟରେ ଜନବସତି ଅଞ୍ଚଳ କିମ୍ବା ଘରଦ୍ବାରକୁ ସାପ ଆସି ଆଶ୍ରୟ ନେଇଥାନ୍ତି ।

ଅଧିକ ପଢନ୍ତୁ

Odisha Darpan Digital