ବର୍ଷାରେ ଭିଜିବ ଗଣେଶ ପୂଜା । ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା

ଏଥର ବର୍ଷାରେ ଭିଜିବ ଗଣେଶ ପୂଜା । ଗଣପତିଙ୍କ ଉତ୍ସବକୁ ନେଇ ରାଜ୍ୟବାସୀ ଉତ୍ସାହିତ ଥିବା ବେଳେ ପାଣିପାଗକୁ ନେଇ ବଡ ଖବର ସାମ୍ନାକୁ ଆସିଛି । ଯାହାକି ଚିନ୍ତା ବଢାଇଛି । ବଙ୍ଗୋପ ସାଗରରେ ଆଉ ଏକ ଲଘୁଚାପ ଆସିଥିବାରୁ ରାଜ୍ୟ ପ୍ରାୟ ସମସ୍ତ ଜିଲ୍ଲାରେ ବର୍ଷା ହେବ । ଏନେଇ ପାଣିପାଗ ବିଭାଗ ଆକଳନ କରିଛି ।ତେବେ ଚଳିତ ବର୍ଷ ଗଣେଶ ପୂଜା ୨୭ ତାରିଖରେ ପଡୁଛି । ପୂଜା ନେଇ ରାଜ୍ୟବାସୀ ଉତ୍ସାହିତ ଥିବା ବେଳେ ବର୍ଷା ପୂଜା ମାହୋଲକୁ ଗଡବଡ କରିପାରେ । ଆସନ୍ତା 5 ଦିନ ଅର୍ଥାତ୍ ୨୭ ତାରିଖ ଯାଏଁ ବର୍ଷା ସମ୍ଭାବନା ଥିବା କହିଛି ପାଣିପାଗ ବିିଭାଗ ।ଆଜି ପାଇଁ ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ସୁନ୍ଦରଗଡ଼, କେନ୍ଦୁଝର , ମୟୂରଭଞ୍ଜରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବାଲେଶ୍ବର, ସମ୍ବଲପୁର ,ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ାରେ ବର୍ଷିବ । କଟକ, ଜଗତସିଂହପୁର, ପୁରୀ ଓ ଖୋର୍ଦ୍ଧା ପାଇଁ ୟେଲୋ ୱାର୍ଣ୍ଣିଂ ।

ଅଧିକ ପଢନ୍ତୁ