ରାଜ୍ୟରେ ବର୍ଷା ବିତ୍ପାତକୁ ନେଇ ରାଜସ୍ବ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବଡ଼ ବୈଠକ। ଲୋକସେବା ଭବନରେ ସମୀକ୍ଷା କରିଛନ୍ତି ମନ୍ତ୍ରୀ। ଜିଲ୍ଲା ପ୍ରଶାସନ ସମସ୍ତ ପ୍ରସ୍ତୁତି କରିଥିବା ବେଳେ ସ୍ଥିତି ଉପରେ ନଜର ରଖିବା ସହ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ଲୋକମାନେ ସ୍ଥାନାନ୍ତର ହେଲେ ରନ୍ଧା ଖାଦ୍ୟ, ଜରି ପାଲ ବ୍ୟବସ୍ଥା କରିବାକୁ କୁହାଯାଇଛି। ଓଡ୍ରାଫ୍ ଓ ଅଗ୍ନିଶମ ବିଭାଗକୁ ଉକ୍ତ ଜିଲ୍ଲାରେ ଆଲର୍ଟ କରାଯାଇଛି । ବର୍ଷା ହେଲେ ଯାହା ଆବଶ୍ୟକତା ଅଛି ସବୁ ବ୍ୟବସ୍ଥା କରାଯାଇଛି। ଭୟଭୀତ ନ ହେବାକୁ ପରାମର୍ଶ ଦେଇଛନ୍ତି। ଫ୍ଲାସ ଫ୍ଲଡ ପାଇଁ ମୋଟର ପମ୍ପ ନେଇ ଆଲର୍ଟ କରାଯାଇଛି। ପୌର, ଏବଂ ପଞ୍ଚାୟତକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।ପୌର ଏବଂ ପଞ୍ଚାୟତକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଲୋକସେବା ଭବନରେ ବସିଥିବା ବୈଠକରେ SRC ଓ ପାଣିପାଗ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଭିସିରେ ଯୋଡ଼ି ହୋଇଥିଲେ କେନ୍ଦ୍ରାପଡ଼ା, ଜଗତସିଂପୁର, କଳାହାଣ୍ଡି, କେନ୍ଦ୍ରାପଡ଼ା ଓ କେନ୍ଦୁଝର ଜିଲ୍ଲାପାଳ ।
